ହାରିଲେ ମୁଖ୍ୟମନ୍ତ୍ରୀ ଜୋରାମଥଙ୍ଗା; ମିଜୋରାମ୍‌ରେ ସରକାର ଗଢ଼ିବ ‘ଜେଡ୍‌ପିଏମ୍‌’

Advertisment
ହାରିଲେ ମୁଖ୍ୟମନ୍ତ୍ରୀ ଜୋରାମଥଙ୍ଗା; ମିଜୋରାମ୍‌ରେ ସରକାର ଗଢ଼ିବ ‘ଜେଡ୍‌ପିଏମ୍‌’

ଅଇଜୋଲ୍‌: ମିଜୋରାମ ବିଧାନସଭା ନିର୍ବାଚନ ଭୋଟ୍‌ ଗଣନା ଚାଲିଥିବା ବ‌େଳେ ପ୍ରାପ୍ତ ସଦ୍ୟତମ ସୂଚନା ଅନୁସାରେ, ସମୁଦାୟ ୪୦ଟି ଆସନରୁ ‘ଜୋରାମ୍‌ ପିପୁଲ୍‌ସ୍‌ ‌ମୁଭ୍‌ମେଣ୍ଟ୍‌’ (ଜେଡ୍‌ପିଏମ୍‌) ସଂଖ୍ୟାଗରିଷ୍ଠ ସୀମା ଅତିକ୍ରମ କରି ୨୧ଟି ଆସନରେ ବିଜୟୀ ହୋଇଛି ବୋଲି ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି।

୧୨ଟି ଆସନରେ ବିଜୟ ହାସଲ କରିଥିବା ‘ଜେଡ୍‌ପିଏମ୍‌’ ଏବେ ୧୫ଟି ଆସନରେ ଅଗ୍ରଣୀ ରହିଛି ବୋଲି ନିର୍ବାଚନ କମିସନ୍‌ ସୂଚନା ଦେଇଛି। ସେହିପରି, ଶାସକ ‘ମିଜୋ ନ୍ୟାସ୍‌ନାଲ୍‌ ଫ୍ରଣ୍ଟ୍‌’ (ଏମ୍‌ଏନ୍‌ଏଫ୍‌) ୨ଟି ଆସନରେ ବିଜୟୀ ହୋଇଥିବା ବ‌େଳେ ଆଉ ୮ଟି ଆସନରେ ଅଗ୍ରଣୀ ରହିଛି। କିନ୍ତୁ, ଦଳର କ‌େତେକ ବରିଷ୍ଠ ନେତା ପଛୁଆ ରହିଥିବା ସହିତ କେତେ ଜଣ ମଧ୍ୟ ପରାସ୍ତ ହୋଇସାରିଛନ୍ତି।

publive-image Image Courtesy of India Today NE

‘ଜେଡ୍‌ପିଏମ୍‌’ ପ୍ରାର୍ଥୀ ଲାଲ୍‌ଥଙ୍ଗସଙ୍ଗା ଅଇଜୋଲ୍‌ ଇଷ୍ଟ୍‌-୧ ଆସନରେ ମୁଖ୍ୟମନ୍ତ୍ରୀ ଜୋରାମଥଙ୍ଗାଙ୍କୁ ୨୧୦୧ଖଣ୍ଡ ଭୋଟ୍‌ରେ ପରାସ୍ତ କରିଛନ୍ତି। ‘ଜେଡ୍‌ପିଏମ୍‌’ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଲାଲ୍‌ଡୁହୋମା କହିଛନ୍ତି, ମିଜୋରାମ୍‌ ଆର୍ଥିକ ସଙ୍କଟରେ ପଡ଼ିଛି। ବିଦାୟୀ ସରକାରଙ୍କଠାରୁ ଉତ୍ତରାଧିକାରସୂତ୍ରରେ ଆମେ ଆର୍ଥିକ ସଙ୍କଟ ହିଁ ଗ୍ରହଣ କରିବୁ। ଆମେ ଆମ ପ୍ରତିଶ୍ରୁତି ପରିପୂରଣ କରିବୁ। ଆର୍ଥିକ ସଂସ୍କାର ଆବଶ୍ୟକ। ସେଥିପାଇଁ ଆମେ ସମ୍ବଳ ସଞ୍ଚାଳନ ଟିମ୍‌ ଗଠନ କରିବୁ।

ଆଗାମୀକାଲି କିଂବା ପଅରଦିନ ଆମେ ରାଜ୍ୟପାଳଙ୍କୁ ଭେଟିବୁ। ଚଳିତ ମାସରେ ଶପଥ ଗ୍ରହଣ ଉତ୍ସବ ହେବ ବୋଲି ମଧ୍ୟ ସେ କହିଛନ୍ତି।

publive-image Image Courtesy of NDTV

‘ଜେଡ୍‌ପିଏମ୍‌’ ବିଜୟ ପଥରେ ଅଗ୍ରସର ହେଉଥିବା ବେଳେ ଅଇଜୋଲ୍‌ରେ ଥିବା ଦଳର ମୁଖ୍ୟାଳୟ ଉତ୍ସବମୁଖର ହୋଇଉଠିଛି।

ସେହିପରି, ପଲକ ଓ ସାଇହା ବିଧାନସଭା ନିର୍ବାଚନ ମଣ୍ଡଳୀରେ ‘ବିଜେପି’ ବିଜୟୀ ହୋଇଛି ବୋଲି ନିର୍ବାଚନ କମିସନ୍‌ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe