ୟୁପିରେ ଗଠନ ହୋଇଥିବା ଏସଆଇଟି ଭାଙ୍ଗି ଜୁବେରଙ୍କୁ ଅନ୍ତରୀଣ ଜାମିନ ଦେଲେ ସୁପ୍ରିମକୋର୍ଟ

Advertisment

ଦିଲ୍ଲୀକୁ ସ୍ଥାନାନ୍ତର ହେବ ୟୁପି ପୁଲିସ ଦ୍ବାରା ରୁଜୁ ହୋଇଥିବା ସମସ୍ତ ଏତଲା

ଦିଲ୍ଲୀକୁ ସ୍ଥାନାନ୍ତର ହେବ ୟୁପି ପୁଲିସ ଦ୍ବାରା ରୁଜୁ ହୋଇଥିବା ସମସ୍ତ ଏତଲା

ୟୁପିରେ ଗଠନ ହୋଇଥିବା ଏସଆଇଟି ଭାଙ୍ଗି ଜୁବେରଙ୍କୁ ଅନ୍ତରୀଣ ଜାମିନ ଦେଲେ ସୁପ୍ରିମକୋର୍ଟ

thenewsminute

ନୂଆଦିଲ୍ଲୀ: ଅଲ୍ଟ ନ୍ୟୁଜ୍ ସହ-ପ୍ରତିଷ୍ଠାତା ମହମ୍ମଦ ଜୁବେରଙ୍କ ବିରୋଧରେ ରୁଜୁ ହୋଇଥିବା ସମସ୍ତ ମାମଲାରେ ଅନ୍ତରୀଣ ଜାମିନ ଦେଲେ ସୁପ୍ରିମକୋର୍ଟ। ଉତ୍ତରପ୍ରଦେଶରେ ତାଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ସମସ୍ତ ଏତଲାରେ ତାଙ୍କୁ ସୁପ୍ରିମକୋର୍ଟ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି।

ଏହା ସହ ରୁଜୁ ହୋଇଥିବା ଏତଲାର ଯାଞ୍ଚ ପାଇଁ ୟୁପି ସରକାରଙ୍କ ଦ୍ୱାରା ଗଠିତ ଏସଆଇଟିକୁ ଭାଙ୍ଗିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ‌ ଦେଇଛନ୍ତି। ମହମ୍ମଦ ଜୁବେରଙ୍କୁ ୨୦,୦୦୦ ଟଙ୍କାର ବ୍ୟକ୍ତିଗତ ମୁଚଲିକା ସହ ଅନ୍ତରୀଣ ଜାମିନ ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ତେବେ ଏସଆଇଟି ଭାଙ୍ଗିବା ପରେ ଏବେ ୟୁପିରେ ରୁଜୁ ହୋଇଥିବା ସମସ୍ତ ଏତଲାର ଯାଞ୍ଚ କରିବ ଦିଲ୍ଲୀ ପୁଲିସ ସ୍ପେଶାଲ ସେଲ୍।

ଅନ୍ୟପକ୍ଷରେ ଶୁଣାଣି ସମୟରେ ସୁପ୍ରିମକୋର୍ଟଙ୍କୁ ଯୁପି ସରକାର କହିଥିଲେ ଯେ, ନିଜସ୍ବ ଟୁଇଟର୍‌ ହ୍ୟାଣ୍ଡଲ୍‌ରେ ପୋଷ୍ଟ୍‌ କରିଥିବା ‘ଟୁଇଟ୍‌’ ନିମନ୍ତେ ଅର୍ଥ ଗ୍ରହଣ କରିଥିବା କଥା ‘ଅଲ୍‌ଟ୍‌ ନିଉଜ୍‌ର ସହ-ସଂସ୍ଥାପକ ମହମ୍ମଦ୍‌ ଜୁବୈର୍‌ ସ୍ବୀକାର କରିଛନ୍ତି।

ଉତ୍ତର ପ୍ରଦେଶ ସରକାରଙ୍କ ତରଫରୁ ମାମଲା ଲଢୁଥିବା ଆଡ୍‌ଭୋକେଟ୍‌ ଗରିମା ପ୍ରସାଦ ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ଖଣ୍ଡପୀଠଙ୍କୁ କହିଥିଲେ ଯେ, ଗୋଟିଏ ଟୁଇଟ୍‌ ପୋଷ୍ଟ୍‌ କରିବା ଲାଗି ୧୨ ଲକ୍ଷ ଟଙ୍କା ଏବଂ ଅନ୍ୟ ଗୋଟାଏ  ‘ଟୁଇଟ୍‌’ ପୋଷ୍ଟ୍‌ କରିବା ଲାଗି ୨ କୋଟି ଟଙ୍କା ଗ୍ରହଣ କରିଥିବା କଥା ଜୁବୈର୍‌ ସ୍ବୀକାର କରିଛି। ‘ଟୁଇଟ୍‌’ ଯେତେ କ୍ରୋଧ ଉଦ୍ରେକକାରୀ ହେବ ପ୍ରାପ୍ୟ ସେତେ ଅଧିକ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe