ଜୁବିନଙ୍କ ମ୍ୟାନେଜର ଓ ସିଙ୍ଗାପୁର ଇଭେଣ୍ଟ ଆୟୋଜକଙ୍କୁ ଗିରଫ କଲା ଆସାମ ସିଆଇଡି

ଜୁବିନ ଗର୍ଗଙ୍କ ମ୍ୟାନେଜର ସିଦ୍ଧାର୍ଥ ଶର୍ମା ଏବଂ ସିଙ୍ଗାପୁର ମହୋତ୍ସବର ଆୟୋଜକ ଶ୍ୟାମକାନୁ ମହାନ୍ତଙ୍କୁ ଗିରଫ କରାଯାଇଛି। ଜୁବିନ ଗର୍ଗଙ୍କ ଫୋନ୍ ମଧ୍ୟ ଜବତ କରାଯାଇଛି।

New Project (7)

ନୂଆଦିଲ୍ଲୀ: ଆସାମର ପ୍ରସିଦ୍ଧ ଗାୟକ ଏବଂ ଯୁବପିଢ଼ିଙ୍କ ହୃଦୟସ୍ପନ୍ଦନ ବୋଲି କୁହାଯାଉଥିବା ଜୁବିନ ଗର୍ଗଙ୍କ ଅକାଳ ମୃତ୍ୟୁ ସମସ୍ତଙ୍କୁ ଚକିତ କରିଛି। ସିଙ୍ଗାପୁରରେ ସ୍କୁବା ଡାଇଭିଂ ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ପୁଲିସ ଏବେ ଏହି ମାମଲାରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଜୁବିନ ଗର୍ଗଙ୍କ ମ୍ୟାନେଜର ସିଦ୍ଧାର୍ଥ ଶର୍ମା ଏବଂ ସିଙ୍ଗାପୁର ମହୋତ୍ସବର ଆୟୋଜକ ଶ୍ୟାମକାନୁ ମହାନ୍ତଙ୍କୁ ଗିରଫ କରାଯାଇଛି। ଜୁବିନ ଗର୍ଗଙ୍କ ଫୋନ୍ ମଧ୍ୟ ଜବତ କରାଯାଇଛି। ପୁଲିସର ଏହି କାର୍ଯ୍ୟାନୁଷ୍ଠାନ ପୂର୍ବରୁ, ଜୁବିନ ଗର୍ଗଙ୍କ ପତ୍ନୀ ଗରିମା ଗର୍ଗ ଦୁଃଖ ପ୍ରକାଶ କରିଥିଲେ। ସେ କହିଥିଲେ ଯେ, ଦୁର୍ଘଟଣା ସମୟରେ ଉପସ୍ଥିତ ଥିବା ସମସ୍ତଙ୍କ ଉପରେ ତାଙ୍କର ସନ୍ଦେହ ରହିଛି।  

ସୂଚନା ମୁତାବକ, ମଙ୍ଗଳବାର ରାତିରେ ଆସାମ ସିଆଇଡିର ସ୍ୱତନ୍ତ୍ର ତଦନ୍ତ ଦଳ (ଏସ୍ଆଇଟି) ଉତ୍ତର-ପୂର୍ବ ଭାରତ ମହୋତ୍ସବର ଆୟୋଜକ ଶ୍ୟାମକାନୁ ମହାନ୍ତ ଏବଂ ଗାୟକଙ୍କ ମ୍ୟାନେଜର ସିଦ୍ଧାର୍ଥ ଶର୍ମାଙ୍କୁ ଅଟକ ରଖିବା ପରେ ସେମାନଙ୍କୁ ଗିରଫ କରାଯାଇଥିଲା।  ଉଭୟଙ୍କୁ କୋର୍ଟରେ ହାଜର କରାଯିବ‌ା ପରେ ଏବେ ‌ଦୁହିଁଙ୍କୁ ୧୪ ଦିନର ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି। ଶ୍ୟାମକାନୁଙ୍କୁ ଦିଲ୍ଲୀରୁ ଗିରଫ କରାଯାଇଥିବା ବେଳେ ସିଦ୍ଧାର୍ଥଙ୍କୁ ରାଜସ୍ଥାନରୁ ଗିରଫ କରାଯାଇଛି।

ଉଲ୍ଲେଖଯୋଘ୍ୟ, ସେପ୍ଟେମ୍ବର ୧୯ତାରିଖରେ ସିଙ୍ଗାପୁରରେ ସ୍କୁବା ଡାଇଭିଂ କରୁଥିବା ସମୟରେ ଜୁବିନ୍ ଗର୍ଗଙ୍କ ମୃତ୍ୟୁ ହୋଇଥିଲା। ଗାୟକଙ୍କ ଏଭଳି ଆକସ୍ମିକ ମୃତ୍ୟୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ପ୍ରଶଂସକ ଏବଂ ପରିବାର ସମସ୍ତେ ଭାବୁଥିଲେ ଯେ, ସ୍କୁବା ଡାଇଭିଂ ବେଳେ ତାଙ୍କର ଏଭଳି ହଠାତ୍ ମୃତ୍ୟୁ କିଭଳି ହୋଇଗଲା। ଏହି ରହସ୍ୟର ସମାଧାନ କରିବା ପାଇଁ, ତାଙ୍କର ବ୍ୟବଚ୍ଛେଦ ଦୁଇଥର କରାଯାଇଥିଲା। ତେବେ ପ୍ରକୃତ କାରଣ ସାମ୍ନାକୁ ଆସିନଥିଲେ ବି ହୃଦଘାତ ତାଙ୍କର ଜୀବନ ନେଇଥିବା କୁହାଯାଉଛି।

zubeen garg | death 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe