ମଣିଷଙ୍କ ଉପ‌ରେ କରୋନା ପ୍ରତିଷେଧକ ଟୀକାର ପରୀକ୍ଷଣ ଆରମ୍ଭ କଲା‌ କାଡିଲା

Advertisment
ମଣିଷଙ୍କ ଉପ‌ରେ କରୋନା ପ୍ରତିଷେଧକ ଟୀକାର ପରୀକ୍ଷଣ ଆରମ୍ଭ କଲା‌ କାଡିଲା

newindianexpress.com

ନୂଆଦିଲ୍ଳୀ: ଔଷଧ କମ୍ପାନି ଜିଡସ୍‌ କାଡିଲା ପକ୍ଷରୁ ବୁଧବାର କୁହାଯାଇଛି କି କୋଭିଡ୍‌-୧୯ ପ୍ରତିଷେଧକ ଟୀକା ଜିକୋଭ୍‌-ଡିର ପରୀକ୍ଷଣ ମଣିଷଙ୍କ ଉପରେ ଆରମ୍ଭ ହୋଇଯାଇଛି। ପୂର୍ବରୁ ଗତ ମାସରେ କମ୍ପାନିକୁ ମଣିଷମାନଙ୍କ ଉପରେ ଟିକା ପରୀକ୍ଷଣ ପାଇଁ ମଞ୍ଜୁରି ମିଳିଥିଲା। ମଣିଷମାନଙ୍କ ଉପରେ ପରୀକ୍ଷଣ ପାଇଁ ମଞ୍ଜୁରି ପାଇବାରେ ଜିଡସ୍‌ କାଡିଲା ହେଉଛି ଦ୍ବିତୀୟ ଔଷଧ କମ୍ପାନି। କମ୍ପାନି ଏହି ପରୀକ୍ଷଣ ଲାଗି ଦେଶର ବିଭିନ୍ନ ସ୍ଥାନରୁ  ୧୦୦୦ ଜଣଙ୍କୁ  ସାମିଲ  କରିବ ବୋଲି ସୂଚନା ରହିଛି।

ପୂର୍ବରୁ କୋଭିଡ୍‌-୧୯ ପ୍ରତିଷେଧକ ଟୀକା କୋଭାସ୍କିନ୍‌କୁ ମଧ୍ୟ ଏହି ପରୀକ୍ଷଣ ମଞ୍ଜୁରୀ ମିଳିସାରିଛି। ଏହି ଟୀକାକୁ ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ (ଆସିଏମ୍‌ଆର୍‌) ଓ ନେସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜି ସହ ମିଶି ଭାରତ ବାୟୋଟେକ୍‌ ବିକଶିତ କରିଛି।

publive-image ET HealthWorld

ଉଲ୍ଲେଖଯୋଗ୍ୟ, କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୂରା ବିଶ୍ବରେ ହୁ ହୁ ହୋଇ ବଢ଼ି ଚାଲିଥିବା ବେଳେ ଆଜି ସୁଦ୍ଧା ବିଶ୍ବରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩.୩ ମିଲିୟନ୍‌ରେ ପହଞ୍ଚିଛି। ସେଥିମଧ୍ୟରୁ ସୁସ୍ଥ ହେଲେଣି ୭.୩୫ ମିଲିୟନ୍‌। ଏହି ଭାଇରସ୍‌ ହେତୁ ୫ ଲକ୍ଷ ୭୮ ହଜାର ଲୋକଙ୍କ ମୃତ୍ୟୁ ହୋଇ ସାରିଲାଣି। ସେହିପରି ଭାରତରେ ୯ ଲକ୍ଷ ୩୬ ହଜାର ଆକ୍ରାନ୍ତ ହୋଇଥିବା ବେଳେ ସେଥିମଧ୍ୟରୁ ୫ ଲକ୍ଷ ୯୨ ହଜାର ସୁସ୍ଥ ହୋଇ ସାରିଲେଣି। ମୃତ୍ୟୁ ସଂଖ୍ୟା ୨୪ ହଜାର ୩୦୯ରେ ପହଞ୍ଚିଛି। ଆମ ରାଜ୍ୟରେ କେବଳ ୧୪ ହଜାର ୮୯୮ ଆକ୍ରାନ୍ତ ହୋଇଥିବା ବେଳେ ୮୦ ଜଣଙ୍କର ମୃତ୍ୟୁ ଘଟି ସାରିଲାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe