Image Courtesy of The Print
ଅହମଦାବାଦ୍: ବରାଦ ମୁତାବକ ଭାରତ ସରକାରଙ୍କୁ କୋଭିଡ୍-୧୯ ଟିକା ‘ଜାଇକୋଭ୍-ଡି’ ଯୋଗାଣ ଆରମ୍ଭ କରିଥିବା କଥା ଆଜି ଔଷଧ କମ୍ପାନି ‘ଜାଇଡସ୍ କାଡିଲା’ କହିଛି। ଅହମଦାବାଦର ଚଙ୍ଗୋଦରରେ ଥିବା ‘ଜାଇଡସ୍ ବାୟୋଟେକ୍ ପାର୍କ’ର ଅତ୍ୟାଧୁନିକ ‘ଜାଇଡସ୍ ଭ୍ୟାକ୍ସିନ୍ ଟେକ୍ନୋଲୋଜି ଏସ୍କେଲେନ୍ସ୍ ସେଣ୍ଟର୍’ ଏହି ଟିକା ପ୍ରସ୍ତୁତି କରାଯାଇଛି।
ଏ ସଂକ୍ରାନ୍ତରେ ବିବୃତି ଦେଇ କମ୍ପାନି କହିଛି, ଭାରତ ସରକାରଙ୍କୁ ଆମେ ୩ ଡୋଜ୍ବିଶିଷ୍ଟ ‘ଜାଇକୋଭ୍-ଡି’ ଯୋଗାଣ ଆରମ୍ଭ କରିଛୁ। ଘରୋଇ ବଜାରକୁ ମଧ୍ୟ ଏହି ଟିକା ଯୋଗାଇବାକୁ ଆମେ ବ୍ୟବସ୍ଥା କରୁଛୁ।
Image Courtesy of Business Wireଗତବର୍ଷ ଅଗଷ୍ଟ ମାସରେ ‘ଡ୍ରଗ୍ସ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ’ଙ୍କ (ଡିସିଜିଆଇ) ଠାରୁ ଜରୁରୀକାଳୀନ ବ୍ୟବହାର ସ୍ବୀକୃତି (ଇୟୁଏ) ପାଇଥିବା ‘ଜାଇକୋଭ୍-ଡି’ ହେଉଛି ବିଶ୍ବର ଏକମାତ୍ର ଛୁଞ୍ଚି-ମୁକ୍ତ ଟିକା। ଏହା ମଧ୍ୟ ବିଶ୍ବର ପ୍ରଥମ ‘ପ୍ଲାଜ୍ମିଡ୍ ଡିଏନ୍ଏ’ ଟିକା। ଉତ୍ପାଦନ ଲାଇସେନ୍ସ୍ ଏବଂ ଟେକ୍ନୋଲୋଜି ଟ୍ରାନ୍ସ୍ଫର୍ ପାଇଁ କମ୍ପାନି କୋରିଆ ସାଧାରଣତନ୍ତ୍ରର ‘ଏଞ୍ଜାଇକେମ୍ ଲାଇଫ୍ସାଇନ୍ସେସ୍’ ସହ ରାଜିନାମା କରିଛି। ୩ ଡୋଜ୍ବିଶିଷ୍ଟ ଏହି ଟିକାର ପ୍ରଥମ ଡୋଜ୍ ଦିଆଯିବାର ୨୮ ଏବଂ ୫୬ ଦିନ ପରେ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ଡୋଜ୍ ଦିଆଯାଏ।
ଡୋଜ୍ପିଛା ୨୬୫ ଟଙ୍କା ଥିବା ଏହି ଟିକାର ଆପ୍ଲିକେଟର୍ ମୂଲ୍ୟ ‘ଜିଏସ୍ଟି’ ବାଦ୍ ଦେଇ ରଖାଯାଇଛି ୯୩ ଟଙ୍କା।
Follow Us