Moneycontrol
ନୂଆଦିଲ୍ଲୀ: ଭାରତର ପ୍ରମୁଖ ଔଷଧ କମ୍ପାନି ସିପ୍ଲା ପକ୍ଷରୁ ଜୁଲାଇ ୧୦ରେ କରୋନାଭୂତାଣୁ ପାଇଁ ଉଦ୍ଦିଷ୍ଟ ରେମଡେସିଭିର ଇଞ୍ଜେକ୍ସନ୍ ଭାରତୀୟ ବଜାରରେ ପ୍ରବେଶ କରିଥିବା ବେଳେ ଏବେ ସିପ୍ଲାକୁ ଟକ୍କର ଦେବ ଜାଇଡସ କାଡିଲା। ସିପ୍ଲାଠାରୁ କମ ମୂଲ୍ୟରେ କରୋନାଭୂତାଣୁ ପାଇଁ ଉଦ୍ଦିଷ୍ଟ ରେମଡେସିଭିରର ବିକ୍ରି ଆରମ୍ଭ କରି ଏବେ ଜାଇଡସ କାଡିଲା ଚର୍ଚ୍ଚାରେ ରହିଛି। ସିପ୍ଲାର ରେମଡେସିଭିର ଇଞ୍ଜେକ୍ସନ୍ର ମୂଲ୍ୟ ୪ହଜାର ରହିଥିବା ବେଳେ ଜାଇଡସ କାଡିଲା ମାତ୍ର ୨,୮୦୦ଟଙ୍କାରେ ରେମଡେସିଭିର ଉପଲବ୍ଧ କରାଇବ, ଯାହା ରେମଡେକ୍ ବ୍ରାଣ୍ଡ ନାମରେ ଉପଲବ୍ଧ ହେବ।
The Hinduଏହି ଇଞ୍ଜେକ୍ସନ୍ ରେମଡେକ ବ୍ରାଣ୍ଡ ନାମରେ କୋଭିଡ -୧୯ ରୋଗୀଙ୍କ ଚିକିତ୍ସା କରୁଥିବା ସରକାରୀ ତଥା ବେସରକାରୀ ଡାକ୍ତରଖାନାକୁ ବିକ୍ରି ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ବ୍ୟକ୍ତିଗତ ଭାବରେ ହେଟେରୋ ଲ୍ୟାବ, ସିପଲା, ମିଲାନ ଏନଭି ଏବଂ ଜୁବିଲାଣ୍ଟ ଲାଇଫ ସାଇନ୍ସ ପରେ ଭାରତରେ ଆଣ୍ଟିଭାଇରାଲର ଏକ କପି ଲଞ୍ଚ କରିବାରେ ଜାଇଡସ୍ ହେଉଛି ପଞ୍ଚମ କମ୍ପାନୀ। ଭାରତର କିଛି ରାଜ୍ୟର ଅଧିକାରୀମାନେ କିଛି ସପ୍ତାହ ପୂର୍ବରୁ ସିପ୍ଲାର ଯୋଗାଣ ପ୍ରସଙ୍ଗରେ ଅଭିଯୋଗ କରିଥିଲେ, କିନ୍ତୁ ଡ୍ରଗ୍ ନିର୍ମାତା ସିପ୍ଲାର ଜଣେ ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀ ଯୋଗାଣ ସ୍ଥିର ରହିଛି ବୋଲି ସ୍ପଷ୍ଟ କରିଛନ୍ତି।
Follow Us