୫ ଆତଙ୍କବାଦୀଙ୍କ ଘର ଧ୍ବସ୍ତ କଲା ସୁରକ୍ଷା ବାହିନୀ

Advertisment

ଜମ୍ମୁ କାଶ୍ମୀର ପ୍ରଶାସନ ଶନିବାର କାଶ୍ମୀରରେ ଜଣେ ଏଲ୍ଇଟି କମାଣ୍ଡର  ସମେତ ୫ ଜଣ ଆତଙ୍କବାଦୀଙ୍କ ଘର ମାଟିରେ ମିଶାଇ ଦେଇଛି। ସୋପିଆନ୍‌ର ଛୋଟିପୁରା ଗ୍ରାମରେ ଏଲ୍‌ଇଟି କମାଣ୍ଡର ସାହିଦ ଅହମଦ କୁଟ୍ଟେର ଘରକୁ ସୁରକ୍ଷାକର୍ମୀ ଧ୍ବସ୍ତ କରିଛନ୍ତି।

ଜମ୍ମୁ କାଶ୍ମୀର ପ୍ରଶାସନ ଶନିବାର କାଶ୍ମୀରରେ ଜଣେ ଏଲ୍ଇଟି କମାଣ୍ଡର  ସମେତ ୫ ଜଣ ଆତଙ୍କବାଦୀଙ୍କ ଘର ମାଟିରେ ମିଶାଇ ଦେଇଛି। ସୋପିଆନ୍‌ର ଛୋଟିପୁରା ଗ୍ରାମରେ ଏଲ୍‌ଇଟି କମାଣ୍ଡର ସାହିଦ ଅହମଦ କୁଟ୍ଟେର ଘରକୁ ସୁରକ୍ଷାକର୍ମୀ ଧ୍ବସ୍ତ କରିଛନ୍ତି।

fhfhbvvb

ଶ୍ରୀନଗର: ଜମ୍ମୁ କାଶ୍ମୀର ପ୍ରଶାସନ ଶନିବାର କାଶ୍ମୀରରେ ଜଣେ ଏଲ୍ଇଟି କମାଣ୍ଡର  ସମେତ ୫ ଜଣ ଆତଙ୍କବାଦୀଙ୍କ ଘର ମାଟିରେ ମିଶାଇ ଦେଇଛି। ସୋପିଆନ୍‌ର ଛୋଟିପୁରା ଗ୍ରାମରେ ଏଲ୍‌ଇଟି କମାଣ୍ଡର ସାହିଦ ଅହମଦ କୁଟ୍ଟେର ଘରକୁ ସୁରକ୍ଷାକର୍ମୀ ଧ୍ବସ୍ତ କରିଛନ୍ତି। କୁଟ୍ଟେ ଗତ ୪ ବର୍ଷ ଧରି ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିଲା ଏବଂ ଦେଶ ବିରୋଧ‌ୀ ଅପରେସନ୍‌ ଚଳାଇବାରେ ସେ ପ୍ରମୁଖ ଭୂମିକା ନିର୍ବାହ କରୁଥିଲା।  ସେହିଭଳି କୁଲଗାମ୍‌ର ମତାଲମ୍‌ରେ ଅନ୍ୟ ଜଣେ ସକ୍ରିୟ ଆତଙ୍କବାଦୀ ଜାହିଦ ଅହମଦର ଘର  ମଧ୍ୟ ମାଟିରେ ମିଶାଇ ଦିଆଯାଇଛି। ଉଭୟ ବିସ୍ଫୋରକ ଓ ବୁଡ୍‌ଡୋଜର ବ୍ୟବହାର ଦ୍ବାରା କାର୍ଯ୍ୟାନୁଷ୍ଠାନ ହେଉଥିବା ଜଣାପଡ଼ିଛି। ସୁରକ୍ଷାକର୍ମୀମାନେ ଶୁକ୍ରବାର ରାତିରେ କୁଲଗାମ, ସୋପିଆନ୍‌ ଏବଂ ପୁଲୱାମା‌ରେ ୩ ଜଣ ଆତଙ୍କବାଦୀଙ୍କ ଘର ଧ୍ବସ୍ତ କରିଥିବା ବେଳେ ଗୁରୁବାର ରାତିରେ ସୁରକ୍ଷାକର୍ମୀମାନେ ୨ ଜଣ ଏଲ୍‌ଇଟି ଆତଙ୍କବାଦୀଙ୍କ ଘର ଉଡ଼ାଇ ଦେଇଥିଲେ।

ଅଧିକାରୀମାନେ କହିଛନ୍ତି, ସେମାନେ  ୨ ଜଣ ଏଲ୍‌ଇଟି ଆତଙ୍କବାଦୀ ଅଦିଲ ହୁ‌ସେନ ଠୋକର ଏବଂ ଆସିଫ୍‌ ଶେଖ୍‌ଙ୍କ ଘରେ ସର୍ଚ୍ଚ ଅପରେସନ୍‌ କରିଥିଲେ।  ସେମାନଙ୍କ ଘରୁ ପୂର୍ବରୁ ବିପୁଳ ପରିମାଣରେ ବିସ୍ଫୋରକ ମିଳିଥିଲା। ଅଦିଲ ୨୦୧୮ରେ ପାକିସ୍ତାନ ଯାଇଥିଲା ଏବଂ ସେଠାରେ ଆତଙ୍କବାଦୀ ତାଲିମ ନେବାପରେ ଗତବର୍ଷ ଜମ୍ମୁ କାଶ୍ମୀରକୁ ଫେରିଥିଲା।  ଏଲ୍‌ଇଟି ଆତଙ୍କବାଦୀ ହରୀଶ ଅହମଦର ଘର ପୁଲୱାମାର କାଚିପୁରାରେ ଭଙ୍ଗାଯାଇଛି। ସେ ୨୦୨୩ରୁ ସକ୍ରିୟ ଥିଲା।  ସୁରକ୍ଷାକର୍ମୀ ମଧ୍ୟ ଅହସନ ଉଲ ହକ୍‌ ଶେଖ୍‌ର ଘର ପୁଲୱାମାର ମୁରାନ୍‌ ଅଞ୍ଚଳରେ ଭାଙ୍ଗି ଦେଇଛନ୍ତି। ସେ ୨୦୧୮ରେ ପାକିସ୍ତାନରେ ତାଲିମ ନେଇଥିଲା ଏବଂ ଗତବର୍ଷ କାଶ୍ମୀର ଉପତ୍ୟକାକୁ ପୁଣିଥରେ ପ୍ରବେଶ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe