ଅକ୍ଟୋବର ସୁଦ୍ଧା ୫ଜି ସେବା: ଅଶ୍ବିନୀ

Advertisment
ବିମଳାଗଡ଼ ପାର୍ଶ୍ବରୁ ଆରମ୍ଭ ହୋଇନି କାମ: ରେଳ ମନ୍ତ୍ରୀ

Zee Business

ନୂଆଦିଲ୍ଲୀ : ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ଦେଶରେ ୫ଜି ମୋବାଇଲ୍‌ ସେବା ଆରମ୍ଭ ହେବାର ସମ୍ଭାବନା ରହିଛି। ୫ଜି ସ୍ପେକ୍ଟ୍ରମ୍ ନିଲାମ ପ୍ରକ୍ରିୟା ଆଜି ଶେଷ ହେବା ପରେ ଟେଲିକମ୍ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆଜି ଏହା କହିଛନ୍ତି। ଏହି ନିଲାମରୁ ସରକାର ୧,୫୦,୧୭୩ କୋଟି ଟଙ୍କା ପାଇବେ। ମୁକେଶ ଅମ୍ବାନିଙ୍କ ରିଲାଏନ୍ସ ଜିଓ ସର୍ବାଧିକ ୮୮,୦୭୮ କୋଟି ଟଙ୍କାର ୫ଜି ସ୍ପେକ୍ଟ୍ରମ୍ କିଣିଛି। ପ୍ରାୟ ୬୦% ସ୍ପେକ୍ଟ୍ରମ୍ ଜିଓକୁ ମିଳିଛି। ଓଡ଼ିଶାରେ ଜିଓ ୭୦୦ ମେଗାହର୍ଚ, ୧୮୦୦ ମେଗାହର୍ଚ, ୩୩୦୦ ମେଗାହର୍ଚ ଓ ୨୬ ଗିଗାହର୍ଚ ବ୍ୟାଣ୍ଡ୍‌ର ସ୍ପେକ୍ଟ୍ରମ୍ ହାସଲ କରିଛି। ‌ସର୍ବଭାରତୀୟ ସ୍ତରରେ ଭାରତୀ ଏୟାରଟେଲ୍‌ ୪୩,୦୮୪ କୋଟି ଟଙ୍କା, ଭୋଡାଫୋନ୍ ଆଇଡିଆ ୧୮,୭୯୯ କୋଟି ଟଙ୍କା ଓ ଆଦାନି ଡାଟା ନେଟ୍‌ୱର୍କସ୍‌ ୨୧୨ କୋଟି ଟଙ୍କାର ୫ଜି ସ୍ପେକ୍ଟ୍ରମ୍ କିଣିଛନ୍ତି। ସରକାର ଯେତିକି ୫ଜି ସ୍ପେକ୍ଟ୍ରମ୍ ଉପଲବ୍ଧ କରିଥିଲେ ସେଥିରୁ ୭୧% ବିକ୍ରି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe