ଅମରନାଥ ଯାତ୍ରା ସମୟରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା

Advertisment
ଅମରନାଥ ଯାତ୍ରା ସମୟରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା

India Today

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରେ ଅମରନାଥ ଯାତ୍ରା ସମୟରେ ଆତଙ୍କବାଦୀ ଆକ୍ରମଣ ପାଇଁ ଯୋଜନା ହୋଇଛି। କିଛି ପାକିସ୍ତାନୀ ଆତଙ୍କବାଦୀ ଏହି ଆକ୍ରମଣ ଯୋଜନା କରିଛନ୍ତି ବୋଲି ଜଣାପଡ଼ିଛି। ଯାତ୍ରାରେ ବିଭ୍ରାଟ ସୃଷ୍ଟି କରିବାପାଇଁ ଆତଙ୍କବାଦୀମାନେ ସୁରକ୍ଷାବାହିନୀ ଏବଂ ଅମରନାଥ ଯାତ୍ରା ଗାଡ଼ିକୁ ଟାର୍ଗେଟ୍‌ କରିପାରନ୍ତି। ମିଳିଥିବା ସୂଚନାନୁଯାୟୀ ରଫିକ ନଇ ଏବଂ ମହମ୍ମଦ ଅମିନ ବଟ୍ଟ ଓରଫ ଅବୁ ଖୁବେବକୁ ଅମରନାଥ ଯାତ୍ରା ସମୟରେ ଆକମ୍ରଣ ଦାୟିତ୍ବ ଦିଆଯାଇଛି।

ଉଭୟ ରଫିକ ଏବଂ ମହମ୍ମଦ ଅମିନକୁ ରାଜୌରୀ-ପୁଞ୍ଚ , ପୀର ପଞ୍ଜଲ ଏବଂ ଚେନାବ ଭ୍ୟାଲି ଅଞ୍ଚଳରେ ଆତଙ୍କବାଦୀ ଆକ୍ରମଣ ଦାୟିତ୍ବ ଦିଆଯାଇଛି। ରଫିକ ନଇ ହେଉଛି ପୁଞ୍ଚ ଜିଲ୍ଲାର ମେଣ୍ଢର ବାସିନ୍ଦା‌। ଅନ୍ୟପକ୍ଷେ ଖୁବେବ ହେଉଛନ୍ତି ଦୋଦା ଜିଲ୍ଲା ବାସିନ୍ଦା। ଉଭୟ ଏବେ ପିଓକେରୁ ସେମାନଙ୍କ କାମ ଚଳାଇଛନ୍ତି। ଉକ୍ତ ଖବର ଜଣାପଡ଼ିବାପରେ ସୁରକ୍ଷା ସଂସ୍ଥା ଗୁଡ଼ିକ ସତର୍କ ରହିଛନ୍ତି। ସୁରକ୍ଷାକର୍ମୀମାନେ ଖୁବେବର ଘର ଉପରେ ନଜର ରଖିଛନ୍ତି। ଉକ୍ତ ୨ ଆତଙ୍କବାଦୀ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ଦ୍ବାରା ଜମ୍ମୁରେ ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଇଛନ୍ତି। ଉକ୍ତ ୨ ଆତଙ୍କବାଦୀ ସ୍ଥାନୀୟ ହୋଇଥିବାରୁ ସେମାନେ ଅନୁପ୍ରବେଶର ସବୁ ବାଟ ଜାଣିଛନ୍ତି। ତେଣୁ ସୁରକ୍ଷାକର୍ମୀମାନେ ସୀମା ଅଞ୍ଚଳରେ କଡ଼ା ନଜର ରଖିଛନ୍ତି। ଅମରନାଥ ଯାତ୍ରା ପୂର୍ବରୁ ଏବେ କାଶ୍ମୀରର ପ୍ରତି ଗାଁ ଏବଂ ସହର ଉପରେ ସୁରକ୍ଷାକର୍ମୀ ନଜର ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe