ଅଯୋଧ୍ୟା ରାମ ମନ୍ଦିରକୁ ଆସୁଛି କୋଟିକୋଟି ଟଙ୍କାର ଦାନ, ଗଣିବା ଲାଗି ତିରୁପତି ଭଳି ହେବ ବ୍ୟବସ୍ଥା

Advertisment
ଅଯୋଧ୍ୟା ରାମ ମନ୍ଦିରକୁ ଆସୁଛି କୋଟିକୋଟି ଟଙ୍କାର ଦାନ, ଗଣିବା ଲାଗି ତିରୁପତି ଭଳି ହେବ ବ୍ୟବସ୍ଥା

ନୂଆଦିଲ୍ଲୀ: ଅଯୋଧ୍ୟା ରାମନ୍ଦିରକୁ ଦାନ ରୂପରେ ଆସୁଥିବା ରାଶି ଗତବର୍ଷ ଅପେକ୍ଷା ଚଳିତ ବର୍ଷ ତିନିଗୁଣା ବୃଦ୍ଧି ପାଇଛି। ମନ୍ଦିରର ଅଧିକାରୀ ଏହାକୁ ନେଇ କହିଛନ୍ତି, ‘ଗତ ୧୫ଦିନ ମଧ୍ୟରେ ମନ୍ଦିର ଦାନବାକ୍ସକୁ ପାଖାପାଖି ଏକ କୋଟି ଟଙ୍କା ଆସି ସାରିଛି।

ଗଣତି ଓ ଜମା କରୁଥିବା ବ୍ୟାଙ୍କ ଅଧିକାରୀମାନେ କହିଛନ୍ତି,‘ ଯେ ୨୦୨୩ ଅର୍ଥାତ ଚଳିତବର୍ଷ ଜାନୁଆରିରୁ ଏହି ଦାନ ତିନିଗୁଣା ବୃଦ୍ଧି ପାଇଛି। ଟ୍ରଷ୍ଟର ବ୍ୟାଙ୍କ ଖାତାରେ ଗଣତି ଓ ନଗଦ ଟଙ୍କା ଜମା କରିବା ପାଇଁ ଭାରତୀୟ ‌ଷ୍ଟେଟ ବ୍ୟାଙ୍କ ବି‌‌ଶେଷ ଭାବେ ୨ଜଣ ଅଧିକାରୀଙ୍କୁ ନିଯୁକ୍ତି କରିଛି।’

ରାମଜନ୍ମ ଭୂମି ତୀର୍ଥ କ୍ଷେତ୍ରର ଟ୍ରଷ୍ଟର ମହାସଚିବ ଚମ୍ପତ ରାଏ କହିଛନ୍ତି, ‘ରାମ ମନ୍ଦିକୁ ଦାନ କରାଯାଉଥିବା ରାଶି ଦ୍ରୁତଗତିରେ ବୃଦ୍ଧି ପାଉଛି। ଆଗାମୀ ଦିନରେ ଏଠାରେ ତିରୁପତି ବାଲାଜି ମନ୍ଦିର ଭଳି ବ୍ୟବସ୍ଥା କରାଯିବ। ୧୦୦ରୁ ଅଧିକ କର୍ମଚାରୀ ଟଙ୍କା ଗଣିବା କାର୍ଯ୍ୟରେ ନିୟୋଜିତ ଅଛନ୍ତି।’

ଉତ୍ତରପ୍ରଦେଶର ଅଯୋଧ୍ୟାରେ ନିର୍ମାଣ କରାଯାଉଥିବା ଶ୍ରୀରାମ ଜନ୍ମଭୂମି ମନ୍ଦିରର ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି। କୁହାଯାଉଛି କି ୨୦୨୩ ଡିସେମ୍ବର ସୁଦ୍ଧା ଭଗବାନ ରାମଙ୍କ ଗର୍ଭଗୃହର ନିର୍ମାଣ ଶେଷ ହୋଇଯିବ। ୨୦୨୪ ଜାନୁଆରି ମାସ ପରେ ଅର୍ଥାତ ମକର ସଂକ୍ରାନ୍ତି ପରେ ଗର୍ଭଗୃହକୁ ଭକ୍ତଙ୍କ ଦେଖିବା ପାଇଁ ଖୋଲାଯିବ। ଏଥିସହିତ ରାମଙ୍କ ମନ୍ଦିରରେ ମାତା ଅନ୍ନପୁର୍ଣ୍ଣା, ଭଗବାନ ଶଙ୍କର, ପ୍ରଭୁ ହନୁମାନଙ୍କ ମନ୍ଦିର ନିର୍ମାଣ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe