ଅରୁଣାଚଳ ଭାରତର ଅବିଚ୍ଛେଦ୍ୟ ଅଂଶ, ସ୍ଥିତାବସ୍ଥା ବଦଳାଇକୁ ଉଦ୍ୟମ କରୁଛି ଚୀନ୍‌: ଆମେରିକା

ଅରୁଣାଚଳ ଭାରତର ଅବିଚ୍ଛେଦ୍ୟ ଅଂଶ, ସ୍ଥିତାବସ୍ଥା ବଦଳାଇକୁ ଉଦ୍ୟମ କରୁଛି ଚୀନ୍‌: ଆମେରିକା

Image Courtesy of NDTV

ୱାସିଂଟନ୍‌: ‘ମ୍ୟାକ୍‌ମାହନ୍‌ ଲାଇନ୍‌’କୁ ଚୀନ୍‌ ଓ ଅରୁଣାଚଳ ମଧ୍ୟରେ ଚିହ୍ନିତ ଆନ୍ତର୍ଜାତିକ ସୀମାରେଖା ବୋଲି ଆମେରିକା ସ୍ବୀକୃତି ଦେଉଛି ବୋଲି ଅରୁଣାଚଳ ପ୍ରଦେଶକୁ ଭାରତର ଅବିଚ୍ଛେଦ୍ୟ ଅଂଶ ଭାବେ ବିଚାର କରୁଥିବା ଏକ ଦୁଇଦଳୀୟ ‘ସିନେଟ୍‌ ପ୍ରସ୍ତାବ’ କହିଛି।

ମଙ୍ଗଳବାର ଦିନ ସିନେଟ୍‌ରେ ପ୍ରସ୍ତାବନା ଆଗତ କରି ସିନେଟର୍‌ ବିଲ୍‌ ହ୍ୟାଗେର୍ଟି ଓ ଜେଫ୍‌ ମର୍କଲି କହିଛନ୍ତି, ଦାମ୍ଭିକତା ଦେଖାଇବ‌େ ସହିତ ଅବାଧ ଓ ମୁକ୍ତ ଭାରତ-ପ୍ରଶାନ୍ତ ମହାସାଗୀୟ ଅଞ୍ଚଳରେ ଚୀନ୍‌ ବିପଦ ସୃଷ୍ଟି କରୁଥିବାରୁ ସ‌େ ଅଞ୍ଚଳରେ ଥିବା ଆମ ସହଯୋଗୀ ଦେଶ, ବିଶେଷକରି ଭାରତ ପ୍ରତି ଆମର ସମର୍ଥନ ରହିବ।

ଅରୁଣାଚଳ ପ୍ରଦେଶକୁ ଭାରତର ଅବିଚ୍ଛେଦ୍ୟ ଅଂଶ ବୋଲି ସିନେଟ୍‌ର ସର୍ବସମ୍ମତ ସ୍ବୀକୃତି ହାସଲ କରିଥିବା ଏହି ଦ୍ବିଦଳୀୟ ପ୍ରସ୍ତାବନାରେ ଘୋଷଣା କରାଯାଇଛି। ବାସ୍ତବ ନିୟନ୍ତ୍ରଣ ରେଖାର ସ୍ଥିତାବସ୍ଥା ପରିବର୍ତ୍ତନ କରିବା ପାଇଁ ଉଦ୍ୟମ କରୁଥିବା ଚୀନ୍‌ ସେନାକୁ ବି ଏଥିରେ ନିନ୍ଦା କରାଯାଇଛି। ଏହାଛଡ଼ା, ଅବାଧ ଓ ମୁକ୍ତ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଲାଗି ଆମେରିକା-ଭାରତ ସାମରିକ ଭାଗିଦାରୀକୁ ଆହୁରି ସୁଦୃଢ଼ କରିବା ସହିତ ଆମେରିକା ‘କ୍ବାଡ୍‌’କୁ ସମର୍ଥନ କରିବ ବୋଲି ସେମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe