Image Courtesy of Zee News
ନୂଆଦିଲ୍ଲୀ: ସମଗ୍ର ବିଶ୍ୱ ଅର୍ନ୍ତଜାତୀୟ ମହିଳା ଦିବସ ପାଳନ କରୁଥିବା ବେଳେ ଭାରତୀୟ ବାୟୁସେନା ବାୟୁସେନାରେ ଥିବା ମହିଳାଙ୍କୁ ଅଭିବାଦନ ଜଣାଇବାପୂର୍ବକ ଏକ ଭିଡିଓ ରିଲିଜ୍ କରିଛି।
ସେନାରେ ଚର୍ଚ୍ଚିତ ବ୍ୟକ୍ତିତ୍ୱ ଭାବେ ପରିଚିତ ଫ୍ଲାଇଙ୍ଗ୍ ଅଫିସର୍ ଅବନୀ ଚତୁର୍ବେଦୀ, ଭାବନା କାନ୍ତ ଏବଂ ମୋହନା ସିଂହ ଆଦିଙ୍କୁ ଚିତ୍ରଣ କରାଯାଇ ଥିବା ଭିଡିଓରେ ଆଇଏଏଫ୍ କହିଛି: ପ୍ରତ୍ୟେକ ମହିଳା ଉତ୍ସାହ ଦିଅନ୍ତି, ଲାଳନପାଳନ କରନ୍ତି ଏବଂ ସହଯୋଗ କରନ୍ତି, କିନ୍ତୁ କେତେକ ଓଭର୍ଅଲ୍ ଏବଂ କମ୍ବାଟ୍ ବୁଟ୍ସ୍ ମଧ୍ୟ ପିନ୍ଧନ୍ତି।
ଜେଟ୍ ଚଳାଇବା ଛଡ଼ା, ମହିଳା ବାୟୁସେନା କର୍ମଚାରୀମାନେ ଫାଇଟର୍ ଟ୍ରେନିଙ୍ଗ୍ ଉଇଙ୍ଗ୍ରେ ସେମାନଙ୍କ ପୁରୁଷ ପ୍ରତିପକ୍ଷଙ୍କ ସହ କ୍ଲାସ୍ ଆଟେଣ୍ଡ୍ କରୁଛନ୍ତି। ମହିଳା ଅଧିକାରୀମାନେ ଭାରତୀୟ ବାୟୁସେନାର ଗ୍ରାଉଣ୍ଡ୍ ଅପରେସନ୍ ପରିଚାଳନା କରୁଥିବା ଏଥିରେ ଦେଖା ଯାଉଛି।
ଏଥିରେ ‘ଜମୀନ୍ ସେ ଚଲେଁ ହମ୍ ଆସ୍ମାନ୍ କେ କରୀବ୍’ ଗୀତଟି ଦୁଇ ମିନିଟ୍ରୁ ଟିକିଏ ଅଧିକ ସମୟ ବାଜିବା ଭିତରେ ମହିଳା ଅଧିକାରୀମାନେ ବାୟୁସେନାର ବିମାନ ଚଳାଇବା ଠାରୁ ଆରମ୍ଭ କରି ପରେଡ୍ରେ ଭାଗ ନେଉଥିବା କଥା ଦୃଶ୍ୟାୟିତ ହୋଇଛି।
Follow Us