ଆଧାର-ଭିତ୍ତିକ ପ୍ରୋଫାଇଲ୍‌ରେ ବିପଦର ଆଶଙ୍କା ରହିଛି: ସୁପ୍ରିମ୍‌ କୋର୍ଟ

ଆଧାର-ଭିତ୍ତିକ ପ୍ରୋଫାଇଲ୍‌ରେ ବିପଦର ଆଶଙ୍କା ରହିଛି: ସୁପ୍ରିମ୍‌ କୋର୍ଟ

Image Courtesy of TOI

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ସୁପ୍ରିମ କୋର୍ଟ କହିଛନ୍ତି ଯେ ଅଧାର ତଥ୍ୟ ଅନୁସାରେ ନାଗରିକମାନଙ୍କୁ ପ୍ରୋଫାଇଲ୍‌ କରିବା ଏକ ସାଙ୍ଘାତିକ ବ୍ୟାପାର ହୋଇଥିବାରୁ ତାହାର ଅନୁଶୀଳନ ଆବଶ୍ୟକ। କିନ୍ତୁ ଆଧାର ଯୋଗୁଁ ମଧ୍ୟସ୍ଥି ହଟିଯାଇ ଲୋକଙ୍କ ପାଖରେ ଜନମଙ୍ଗଳ ଯୋଜନା ସିଧାସଳଖ ପହଞ୍ଚୁଥିବା କଥାକୁ ଅଦାଲତ ହେୟ ମନେ କରି ନାହାନ୍ତି।

ପ୍ରୋଫାଇଲ୍‌ କରିବା ଗୋଟାଏ ସାଙ୍ଘାତିକ ମାମଲା ଏବଂ ଆମେ ସେ ବିଷୟରେ ଚିନ୍ତା କରିବୁ। ସରକାର ଲୋକଙ୍କୁ ଏଇ ସ୍କିମ୍‌ ଜରିଆରେ ଉପକୃତ କରିବା କଥା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଏହା ଲୋକଙ୍କ ଦୁଆରେ ସେବା ଓ ଲାଭ ପହଞ୍ଚାଇ ପାରୁଛି। ଏ କଥା କହିଛନ୍ତି ୫ ଜଣ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠର ଅନ୍ୟତମ ବିଚାରପତି ଜଷ୍ଟିସ୍‌ ଡି ଓ୍ଵାଇ ଚନ୍ଦ୍ରଚୂଡ଼।

ନାଗରିକ-କେନ୍ଦ୍ରିକ ସେବା ଓ ସାମାଜିକ ସୁବିଧା ଯୋଗାଇ ଦେଉଥିବାରୁ ସୁପ୍ରିମ୍‌ କୋର୍ଟ ଆଧାରକୁ ପ୍ରଶଂସା କରି କହିଲେ କି, ସାମ୍ବିଧାନିକ ବୈଧ୍ୟତା ସ୍ଥିର କରିବା ସମୟରେ ଏହି ଯୋଜନାର ସୁବିଧାକୁ ହେୟ ମନେକରା ଯାଇ ପାରିବ ନାହିଁ। କିନ୍ତୁ, ଘରୋଇ ସଂସ୍ଥା ସବୁକୁ ଆଧାର ପ୍ଲାଟ୍‌ଫର୍ମରେ ପ୍ରବେଶାନୁମତି ଦିଆ ଯାଉଥିବାରୁ ବ୍ୟକ୍ତିବିଶେଷଙ୍କ ତଥ୍ୟର ଅପବ୍ୟବହାର ହେବାର ଆଶଙ୍କା ରହିଛି। ଏ ବିଷୟରେ କେନ୍ଦ୍ର ସରକାର ଅଦାଲତଙ୍କୁ ସନ୍ତୋଷଜନକ ଉତ୍ତର ଦେବାକୁ ପଡ଼ିବ।

ଆଧରର ନକାରାତ୍ମକ ଦିଗ ଉପରେ ଓକିଲମାନେ କରୁଥିବା ଯୁକ୍ତିର ଉତ୍ତର ଦେଇ ଜଷ୍ଟିସ୍‌ ଚନ୍ଦ୍ରଚୂଡ଼ କହିଲେ: ଆପଣଙ୍କ ପକେଟ୍‌ରେ ଆଇ-ଫୋନ୍‌ଟିଏ ଥିଲେ, ଆପଣଙ୍କର ଗତିବିଧି ସହଜରେ ଠାବ କରିହେଉଛି। ଏଟିଏମ୍‌ କାର୍ଡ ବ୍ୟବହାର କଲେ ମଧ୍ୟ ଆପଣଙ୍କ ଅବସ୍ଥିତି ଜାଣି ହେବ। ଆମେ ସଭିଏଁ ଏକ ଉନ୍ନତ ନେଟ୍‌ଓ୍ଵାର୍କ-ବିଶିଷ୍ଟ ଦୁନିଆରେ ବସବାସ କରୁଛନ୍ତି।

ଓ୍ଵାର୍ଲଡ୍‌ ବ୍ୟାଙ୍କ୍‌ ରିପୋର୍ଟରେ ଆଧାରକୁ ପ୍ରଶଂସା କରାଯାଇଥିବା କଥାକୁ ମଧ୍ୟ ଜଷ୍ଟିସ୍‌ ଚନ୍ଦ୍ରଚୂଡ଼ ଉଲ୍ଲେଖ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe