ଆପଣ ମୋତେ କନ୍ଦାଇ ଦେଲେ ରାଜୁ ଭାଇ; ଏଭଳି ଟ୍ବିଟ କରି ଭାବବିହ୍ବଳ ହେଲେ ହାସ୍ୟାଭିନେତା କପିଲ ଶର୍ମା

Advertisment
ଆପଣ ମୋତେ କନ୍ଦାଇ ଦେଲେ ରାଜୁ ଭାଇ; ଏଭଳି ଟ୍ବିଟ କରି ଭାବବିହ୍ବଳ ହେଲେ ହାସ୍ୟାଭିନେତା କପିଲ ଶର୍ମା

bollywoodbubble

ମୁମ୍ବାଇ: କମେଡି କିଙ୍ଗ ରାଜୁ ଶ୍ରୀବାସ୍ତବ ଆଉ ନାହାନ୍ତି । ଯିଏ ପେଣ୍ଡାଲ୍ ଉପରକୁ ଚଢ଼ିଗଲେ ଦର୍ଶକଙ୍କ ମଧ୍ୟରେ ହସର ଢେଉ ଖେଳିଯାଏ, ତାଙ୍କୁ ଆଉ ମଞ୍ଚରେ ଦେଖିବାକୁ ମିଳିବ ନାହିଁ। ୫୮ ବର୍ଷ ବୟସରେ ଆଜି ତାଙ୍କର ପରଲୋକ ହୋଇଯାଇଛି। ମାସାଧିକ କାଳ ଚିକିତ୍ସାଧୀନ ଅବସ୍ଥାରେ ରହିବା ପରେ ତାଙ୍କର ପରଲୋକ ଘଟିଛି। ଏଭଳି ଅକାଳରେ ତାଙ୍କର ପରଲୋକ ହେବା ପରେ ଇନଷ୍ଟାରେ ରାଜୁଙ୍କ ସହ ଫଟୋ ପୋଷ୍ଟ କରି ଭାବବିହ୍ବଳ ହୋଇଛନ୍ତି ଲୋକପ୍ରିୟ ହାସ୍ୟାଭିନେତା କପିଲ ଶର୍ମା।

ସେ ଲେଖିଛନ୍ତି ଯେ, ଆଜି ଆପଣ ମୋତେ ପ୍ରଥମ ଥର ପାଇଁ କନ୍ଦାଇଲେ ରାଜୁ ଭାଇ। ଆଉ ଥରୁଟିଏ ଆପଣଙ୍କ ସହ ଦେଖା ହୋଇଥାନ୍ତା କି। ଭଗବାନ ଆପଣଙ୍କୁ ତାଙ୍କ ଚରଣରେ ସ୍ଥାନ ଦିଅନ୍ତୁ। ଆପଣ ବହୁତ ମନେ ପଡ଼ିବେ। ବିଦାୟ... ଓମ୍ ଶାନ୍ତି।

ସୂଚନାଯୋଗ୍ୟ, ଜିମ୍‌ରେ କସରତ କରୁଥିବା ବେଳେ ଛାତିରେ କଷ୍ଟ ହେବାରୁ ତଳେ ପଡ଼ିଯାଇଥିବା ରାଜୁଙ୍କୁ ଅଗଷ୍ଟ ୧୦ ତାରିଖ ଦିନ ଦିଲ୍ଲୀ ‘ଏମ୍‌ସ୍‌’ରେ ଭର୍ତ୍ତି କରାଯାଇଥିଲା। ସେ ହୃଦ୍‌ଘାତରେ ଶିକାର ହୋଇଥିବା କଥା ଜଣାପଡ଼ିବା ପରେ ତାଙ୍କୁ ୧୫ ଦିନ ଧରି ‘ଭେଣ୍ଟିଲେଟର୍‌ ସପୋର୍ଟ’ରେ ରଖାଯାଇଥିଲା। ଏହା ପରେ ତାଙ୍କର ଚେତା ଫେରିଥିଲା। କିନ୍ତୁ, ସେପ୍ଟେମ୍ବର ପହିଲାରେ ଜ୍ବର ହେବାରୁ ପୁଣି ତାଙ୍କୁ ‘ଭେଣ୍ଟିଲେଟର୍‌ ସପୋର୍ଟ’ରେ ରଖାଯାଇଥିଲା। ରାଜୁ ଶ୍ରୀବାସ୍ତବଙ୍କ ମୁଖ୍ୟ ପରାମର୍ଶଦାତା ଅଜିତ ସାକ୍‌ସେନା କହିଛନ୍ତି ଯେ, ଡାକ୍ତରମାନଙ୍କ ସକଳ ଚେଷ୍ଟା ସତ୍ତ୍ବେ ହାସ୍ୟାଭିନେତାଙ୍କୁ ବଞ୍ଚାଇ ହେଲାନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe