The Telegram
ୱାସିଂଟନ୍: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ସମର୍ଥକମାନେ ଆଜି ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ଭୋଟ୍ ଜାଲିଆତିକୁ ବିରୋଧ କରି ଜୋରଦାର ଆନ୍ଦୋଳନ କରିଛନ୍ତି। ଟ୍ରମ୍ପ୍ଙ୍କ ସମର୍ଥକମାନେ ହାତରେ ରାଇଫଲ୍ ଏବଂ ହ୍ୟାଣ୍ଡଗନ୍ ଧରି ଆରିଜୋନା ନିର୍ବାଚନ କେନ୍ଦ୍ର ବାହାରେ ଏକଜୁଟ୍ ହେବାରୁ ଅଣାୟତ୍ତ ସ୍ଥିତି ଉପୁଜିଥିଲା। ଆରିଜୋନା ଭୋଟ୍ ସେଣ୍ଟର୍ରେ ରିପବ୍ଲିକ୍ାନ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ଭୋଟ୍ ଜାଣିଶୁଣି ଗଣନା କରାଯାଇନାହିଁ ବୋଲି ଗୁଜବ ହେବାପରେ ହଜାର ହଜାର ଟ୍ରମ୍ପ୍ ସମର୍ଥକ ନିର୍ବାଚନ କେନ୍ଦ୍ର ବାହାରେ ରୁଣ୍ଡ ହୋଇ ‘ଷ୍ଟପ୍ ଦ ଷ୍ଟିଲ୍’ ଏବଂ ‘କାଉଣ୍ଟ୍ ମାଇଁ ଭୋଟ୍’ ସ୍ଲୋଗାନ୍ ଦେଇଥିଲେ। ମୁହଁରେ ମାସ୍କ ପିନ୍ଧିନଥିବା ଅଧିକାଂଶ ଆନ୍ଦୋଳନକାରୀଙ୍କୁ ଫୋଏନିକ୍ସ ମାରିକୋପା କାଉଣ୍ଟି ନିର୍ବାଚନ ବିଭାଗ ବାହାରେ ଦେଖିବାକୁ ମିଳିଥିଲା। ଆରିଜୋନାରେ ବାଇଡେନ୍ ବିଜୟୀ ହେବାଦ୍ବାରା ତାଙ୍କୁ ଏଠାରୁ ୧୧ଟି ଇଲେକ୍ଟରାଲ୍ ଭୋଟ୍ ମିଳୁଛି। ମିଳିଥିବା ସୂଚନାନୁଯାୟୀ ନିର୍ବାଚନ ରାତିରେ ଫକ୍ସ ନ୍ୟୁଜ୍ ଏବଂ ଏପି (ଆସୋସିଏଟେଡ୍ ପ୍ରେସ୍) ଆରିଜୋନାରେ ବାଇଡେନ୍ଙ୍କ ବିଜୟ ଘୋଷଣା କରିଥିଲେ। ସେ ସମୟରେ କେବଳ ୭୦ ପ୍ରତିଶତ ଭୋଟ୍ ଗଣତି ହୋଇଥିଲା। ତେଣୁ ସେ ସମୟରେ ବାଇଡେନ୍ଙ୍କୁ ବିଜୟୀ ଘୋଷଣା କରିବା ଗଣମାଧ୍ୟମର ଷଡ଼ଯନ୍ତ୍ର ଥିଲା ବୋଲି ବିକ୍ଷୋଭକାରୀମାନେ କହିଛନ୍ତି।
Follow Us