ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କେନ୍ଦ୍ର ସରକାରଙ୍କ ‘ଆୟୁଷ୍ମାନ ଭାରତ’ ସ୍ବାସ୍ଥ୍ୟ ବୀମା ଯୋଜନାକୁ ଗ୍ରହଣ କରିବା ପାଇଁ ମନା କରିଦେଇଛନ୍ତି। ଦିଲ୍ଲୀ ସରକାର ଲୋକଙ୍କୁ ସ୍ବାସ୍ଥ୍ୟସେବା ସୁବିଧା ଯୋଗାଇ ଦେବା କ୍ଷେତ୍ରରେ ଏହାଠାରୁ ୧୦ ଗୁଣ ବଡ଼ ଯୋଜନା ହାତକୁ ନେଇଛନ୍ତି ବୋଲି କେଜ୍ରିୱାଲ ଆଜି କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନଙ୍କ ପାଖକୁ ପତ୍ର ଲେଖିଛନ୍ତି। ଆୟୁଷ୍ମାନ ଭାରତ ଯୋଜନାକୁ ଦିଲ୍ଲୀ ସମତେ ଓଡ଼ିଶା, ତେଲେଙ୍ଗାନା ଏବଂ ପଶ୍ଚିମବଂଗ ସରକାର ଲାଗୁ କରିନାହାନ୍ତି। ପୁଣି ଥରେ କ୍ଷମତାକୁ ଆସିଥିବା ଏନ୍ଡିଏ ସରକାର ଏହି ରାଜ୍ୟଗୁଡ଼ିକୁ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ପରାମର୍ଶ ଦେଇଛନ୍ତି।
‘ଆୟୁଷ୍ମାନ ଭାରତ’ ଯୋଜନାକୁ ଗ୍ରହଣ କଲେନି କେଜ୍ରିୱାଲ
Advertisment
Follow Us