ଇଲେକ୍ଟ୍ରିକ ଗାଡି କିଣିବାର ତିନି ଦିନ ମଧ୍ୟରେ ମିଳିବ ସବସିଡି ଟଙ୍କା

Advertisment
ଇଲେକ୍ଟ୍ରିକ ଗାଡି ପାଇଁ ସପିଙ୍ଗ ମଲ ସହ ସିନେମା ହଲରେ ୫ ପ୍ରତିଶତ ପାର୍କିଙ୍ଗ ସ୍ଥାନ ରଖିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଇଲେକ୍ଟ୍ରିକ୍ ଗାଡି କିଣିବାକୁ ଇଚ୍ଛା କରୁଥିବା ଗ୍ରାହକଙ୍କ ପାଇଁ ଏହାର ଅଧିକ ମୂଲ୍ୟ ବାଧକ ସାଜିଥାଏ | ଉଦାହରଣ ସ୍ୱରୂପ ଟାଟା ନେକ୍ସନ୍ ଇଭି (ଇଲେକ୍ଟ୍ରିକ୍ ଯାନ), ଅନ୍ୟ ଟାଟା ନେକ୍ସନ ପେଟ୍ରୋଲ କିମ୍ବା ଡିଜେଲ କାରଠାରୁ ପ୍ରାୟ ୧ ଲକ୍ଷ ଟଙ୍କା ମହଙ୍ଗା ହୋଇଥାଏ | କିନ୍ତୁ ଦିଲ୍ଲୀ ସରକାରଙ୍କ ଅତ୍ୟାଧୁନିକ ଇଭି(ଇଲେକ୍ଟ୍ରିକ ଭେଇକିଲ) ନୀତି ଯୋଗୁଁ ନୂଆ ଇଲେକ୍ଟ୍ରିକ ଗାଡି କିଣୁଥିବା ଗ୍ରାହକଙ୍କ ପାଇଁ ଏହା ଲାଭଦାୟକ ସାବ୍ୟସ୍ତ ହୋଇପାରେ | ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱରେ ଦିଲ୍ଲୀ ସରକାରଙ୍କ ନୂତନ ବୈଦ୍ୟୁତିକ ଯାନ ନୀତି ନୂତନ କାର କ୍ରେତାଙ୍କୁ ବୈଦ୍ୟୁତିକ ଗାଡି କିଣିବା ପାଇଁ ସାହାଯ୍ୟ କରିବ |

କାରଣ ଦିଲ୍ଲୀରେ ଇଲେକ୍ଟ୍ରିକ ଗାଡି କିଣିବାର ୩ ଦିନ ମଧ୍ୟରେ ସବସିଡି ପାଇବେ | ନୂଆ ବୈଦ୍ୟୁତିକ ଯାନ ନୀତି ଅନୁଯାୟୀ ଦିଲ୍ଲୀ ସରକାର ଇଲେକ୍ଟ୍ରିକ ଗାଡିର ଏକ୍ସଶୋ’ରୁମ ମୂଲ୍ୟରେ ପ୍ରତି କିଲୋୱାଟ ପିଛା ୧୦,୦୦୦ ଟଙ୍କା ସବସିଡି ଦେଉଛନ୍ତି | ଅର୍ଥାତ ଯଦି ଗାଡି ୧୫ କିଲୋୱାଟର ହୋଇଥାଏ ସର୍ବାଧିକ ୧.୫ ଲକ୍ଷ ଟଙ୍କା ସବସିଡି ପ୍ରଦାନ କରୁଛନ୍ତି।

ଯଦି ଆପଣଙ୍କର ବୈଦ୍ୟୁତିକ କାରର ବ୍ୟାଟେରୀ ୧୫ କିଲୋୱାଟ ଠାରୁ ଅଧିକ ଥାଏ, ତେବେ ଆପଣ ସରକାରଙ୍କ ଠାରୁ ୧.୫୦ ଲକ୍ଷ ଟଙ୍କା ଅଧିକ ସବସିଡି ଦାବି କରିପାରିବେ | ସେହିପରି ପ୍ରଥମ କାର କିଣୁଥିବା ଲୋକଙ୍କୁ ବୈଦ୍ୟୁତିକ ଯାନରେ ସରକାର ସମସ୍ତ ସଡକ ଟ୍ୟାକ୍ସ ଏବଂ ପଞ୍ଜୀକରଣ ଶୁଳ୍କ ଛାଡ କରୁଛନ୍ତି। ତଥାପି ଆପଣଙ୍କୁ ବୀମା ପ୍ରିମିୟମ ଦେବାକୁ ପଡିବ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe