ଉଚ୍ଛେଦିତ ‘ଆଇଟି ଆଇନର ଧାରା ୬୬ଏ’ଦ୍ବାରା ଲୋକଙ୍କୁ ବୁକ୍‌ କରାଯାଉଥିବାରୁ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଓ ହାଇକୋର୍ଟଙ୍କୁ ନୋଟିସ୍ ଦେବେ ସୁପ୍ରିମ୍‌ କୋର୍ଟ

Advertisment
ଉଚ୍ଛେଦିତ ‘ଆଇଟି ଆଇନର ଧାରା ୬୬ଏ’ଦ୍ବାରା ଲୋକଙ୍କୁ ବୁକ୍‌ କରାଯାଉଥିବାରୁ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଓ ହାଇକୋର୍ଟଙ୍କୁ ନୋଟିସ୍ ଦେବେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ଉଚ୍ଛେଦ ହୋଇସାରିଥିବା ‘ସୂଚନା ଓ ପ୍ରଯୁକ୍ତିବିଦ୍ୟା ଆଇନର ଧାରା ୬୬ଏ’ଦ୍ବାରା ‘ଏଫ୍‌ଆଇଆର୍‌’ ଫାଇଲ୍‌ କରାଯାଇ ଲୋକମାନଙ୍କୁ ବୁକ୍‌ କରାଯାଉଥିବାରୁ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଓ ସମସ୍ତ ହାଇକୋର୍ଟର ରେଜିଷ୍ଟାର୍‌ ଜେନେରାଲ୍‌ମାନଙ୍କୁ ନୋଟିସ୍ ଦେବେ ବୋଲି ଆଜି ସୁପ୍ରିମ୍‌ କୋର୍ଟ କହିଛନ୍ତି।

୨୦୧୫ରେ ଶୀର୍ଷ ଅଦାଲତଙ୍କଦ୍ବାରା ଉଚ୍ଛେଦ ହୋଇ ସାରିଥିବା ‘ସୂଚନା ଓ ପ୍ରଯୁକ୍ତିବିଦ୍ୟା ଆଇନର ଧାରା ୬୬ଏ’ଦ୍ବାରା ଅଦ୍ୟାବଧି ଲୋକମାନଙ୍କୁ ବୁକ୍ କରାଯାଉଛି ବୋଲି ଏକ ‘ଏନ୍‌ଜିଓ’ କରିଥିବା ଆବେଦନର ଶୁଣାଣି କରି ବିଚାରପତି ଆର୍‌ଏଫ୍‌ ନରିମାନ ଏବଂ ବିଆର୍‌ ଗୱଇ ଏ କଥା କହିଛନ୍ତି।

ଖଣ୍ଡପୀଠ ଗୁରୁତ୍ବାରୋପ କରି କହିଲେ ଯେ, ପୁଲିସ ରାଜ୍ୟ ଅଧୀନରେ ଥିବାରୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରଙ୍କୁ ପକ୍ଷଭୁକ୍ତ କରାଯିବା ଉଚିତ ହେବ। ବିଚାରପତି ନରିମାନ କହିଛନ୍ତି, ପୁଲିସ ହେଉଛି ରାଜ୍ୟର ପ୍ରସଙ୍ଗ। ଆମେ ନୋଟିସ ଜାରି କରି ସାମଗ୍ରିକ ଆଦେଶ ଦେବୁ। ଏକଥା ଚଳିବ ନାହିଁ।

publive-image Image Courtesy of NDTV

‘ଏନ୍‌ଜିଓ ପୁକଲ୍‌’ ତରଫରୁ ଆଡ୍‌ଭୋକେଟ୍‌ ସଞ୍ଜୟ ପାରିଖ ହାଜର ହୋଇ କହିଲେ ଯେ, ଏ ବାବଦରେ ଦୁଇଟି ବୈଶିଷ୍ଟ୍ୟ ରହୁଛି। ଗୋଟିଏ ହେଉଛି ପୁଲିସ ଏବଂ ଅନ୍ୟଟି ବିଚାରାଳୟ। ଏବେ ମଧ୍ୟ ସେଠାରେ ଏଭଳି ମାମଲା ବିଚାର ହେଉଛି। ସେ ଆହୁରି ମଧ୍ୟ କହିଛନ୍ତି, ଆମେ ସବିଶେଷ ପ୍ରସ୍ତାବମାନ ଦେଇ ଦେଇଛୁ। କେନ୍ଦ୍ର ସରକାର ରାଜ୍ୟ ଡିଜିପିମାନଙ୍କୁ ନିର୍ଦେଶନାମା ଜାରି କରିଛନ୍ତି। ବିଚାର ବିଭାଗକୁ ମଧ୍ୟ ନିର୍ଦେଶ ଯିବା ଆବଶ୍ୟକ।

ସୁପ୍ରିମ୍‌ କୋର୍ଟ କହିଲେ, ସେ ବିଚାରାଳୟ କଥା ବୁଝିବେ ଏବଂ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ହାଇକୋର୍ଟମାନଙ୍କ ପ୍ରତି ନୋଟିସ୍ ଜାରି କରିବେ।

ଚାରି ସପ୍ତାହ ପରେ ଏହି ମାମଲା ଶୁଣାଣି କରାଯିବ ବୋଲି ସୁପ୍ରିମ୍ କୋର୍ଟ କହିଛନ୍ତି।

ଉଚ୍ଛେଦ ହୋଇ ସାରିଥିବା ଏହି ଆଇନ ବଳରେ ଆପତ୍ତିଜନକ ବାର୍ତ୍ତା ପୋଷ୍ଟ୍ କରିଥିବା ବ୍ୟକ୍ତିବିଶେଷଙ୍କୁ ତିନିବର୍ଷ ଜେଲ୍‌ ଓ ଜରିମାନା ମଧ୍ୟ କରାଯାଇ ପାରୁଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe