ସମ୍ଭାଲ ହିଂସା  : ପୁଲିସ ମାରିଥିଲା କି ଗୁଳି ?

Advertisment

ଉତ୍ତରପ୍ରଦେଶର ସମ୍ଭାଲରେ ଜାମା ମସଜିଦ ସର୍ଭେକୁ ନେଇ ହୋଇଥିବା ହିଂସାରେ ୩ ଜଣ ଲୋକ ମୃତ୍ୟୁବରଣ କରିଛନ୍ତି । ତେବେ ପୁଲିସ ଗୁଳିରେ ସେମାନେ ମୃତ୍ୟୁବରଣ କରିଥିବା ମୃତବ୍ୟକ୍ତିମାନଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଉତ୍ତରପ୍ରଦେଶର ସମ୍ଭାଲରେ ଜାମା ମସଜିଦ ସର୍ଭେକୁ ନେଇ ହୋଇଥିବା ହିଂସାରେ ୩ ଜଣ ଲୋକ ମୃତ୍ୟୁବରଣ କରିଛନ୍ତି । ତେବେ ପୁଲିସ ଗୁଳିରେ ସେମାନେ ମୃତ୍ୟୁବରଣ କରିଥିବା ମୃତବ୍ୟକ୍ତିମାନଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

mm

ସମ୍ଭାଲ: ଉତ୍ତରପ୍ରଦେଶର ସମ୍ଭାଲରେ ଜାମା ମସଜିଦ ସର୍ଭେକୁ ନେଇ ହୋଇଥିବା ହିଂସାରେ ୩ ଜଣ ଲୋକ ମୃତ୍ୟୁବରଣ କରିଛନ୍ତି । ତେବେ ପୁଲିସ ଗୁଳିରେ ସେମାନେ ମୃତ୍ୟୁବରଣ କରିଥିବା ମୃତବ୍ୟକ୍ତିମାନଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ମୃତ୍ୟୁବରଣ କରିଥିବା ନଇମ ଖାଁ ନାମକ ଯୁବକର ପରିବାର ଲୋକେ ଅଭିଯୋଗ କରିଛନ୍ତି ନଇମ ଉକ୍ତ ହିଂସାରେ ଭାଗ ନେଇନଥିଲା ଓ ସେ ନିଜ ଦୋକାନରେ ଥିଲା । 

ସୂଚନାଯୋଗ୍ୟ, ରବିବାର ସମ୍ଭାଲ ଜାମା ମସଜିଦରେ ସର୍ଭେ ପାଇଁ ଅଧିକାରୀମାନେ ପହଞ୍ଚିବା ପରେ ସେଠାରେ ପାଖାପାଖି ହଜାରେ ଲୋକଙ୍କ ଭିଡ଼ ଜମିଥିଲା। ସର୍ଭେ ଟିମ୍ ସକାଳ ପ୍ରାୟ ସାଢ଼େ ୭ଟାରେ ଜାମା ମସଜିଦରେ ପ୍ରବେଶ କରିଥିଲେ। ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ପରିସ୍ଥିତି ସ୍ୱାଭାବିକ ଥିବା ବେଳେ ହଠାତ୍ ଭିଡ଼ ଆସିଥିଲା। ଏହାପରେ ପୁଲିସ ଟିମ୍ ଉପରକୁ ପଥର ମାଡ଼ ହୋଇଥିଲା। ସେଠାରେ ଥିବା କେତେକ ଗାଡ଼ିରେ ନିଆଁ ଲଗାଇ ଦିଆଯାଇଥିଲା। ଦଙ୍ଗାକାରୀଙ୍କୁ ନିୟନ୍ତ୍ରଣ କରିବା ପାଇଁ ପୁଲିସକୁ ଲାଠିଚାର୍ଜ କରିବାକୁ ପଡ଼ିଥିଲା। ଲୁହବୁହା ଗ୍ୟାସ ପ୍ରୟୋଗ କରିବାକୁ ପଡ଼ିଥିଲା। ପୁଲିସ ଗୁଳି ମଧ୍ୟ ଚଳାଇଥିବା ଅଭିଯୋଗ ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe