ନୂଆଦିଲ୍ଲୀ : ରାହୁଲ ଗାନ୍ଧୀ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେବାପରେ ଦଳରେ ଏବେ ଇସ୍ତଫାର ସୁଅ ଛୁଟିଛି। ଆଜି କଂଗ୍ରେସର ଜାତୀୟ ଗଣମାଧ୍ୟମ ସଂଯୋଜକ ପଦରୁ ଇସ୍ତଫା ଦେଇଛନ୍ତି ରଚିତ ସେଠ୍। ରଚିତ କହିଛନ୍ତି ଯେ ରାହୁଲ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେବା କାରଣରୁ ସେ କଂଗ୍ରେସରେ ତାଙ୍କୁ ମିଳିଥିବା ଗୁରୁତ୍ବପୂର୍ଣ୍ଣ ପଦବିରୁ ଇସ୍ତଫା ଦେଇଛନ୍ତି। ଏଆଇସିସି ଗଣମାଧ୍ୟମ ପ୍ରଭାରୀ ରଣଦୀପ ସିଂହ ସୂର୍ଯ୍ୟେୱାଲାଙ୍କୁ ଏକ ଚିଠି ଲେଖି ସେଠ୍ କହିଛନ୍ତି, ଅତ୍ୟନ୍ତ କୃତଜ୍ଞତାର ସହ ମୁଁ କଂଗ୍ରେସ ଜାତୀୟ ଗଣମାଧ୍ୟମ ସଂଯୋଜକ ପଦରୁ ଇସ୍ତଫା ଦେଉଛି। ରାହୁଲ ଗାନ୍ଧୀ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେବା ପରେ ମୋର ଏହି ପଦରେ ରହିବାର କିଛି ଅର୍ଥ ନାହିଁ ବୋଲି ସେ କହିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us