କକ୍ଷପଥରେ କାର୍ଟୋଷ୍ଟାଟ୍‌-ଟୁ ସିରିଜ୍‌ ଏବଂ ଅନ୍ୟାନ୍ୟ ସାଟେଲାଇଟ୍‌ ସ୍ଥାପନ କଲା ଇସ୍ରୋ

Advertisment
କକ୍ଷପଥରେ କାର୍ଟୋଷ୍ଟାଟ୍‌-ଟୁ ସିରିଜ୍‌ ଏବଂ ଅନ୍ୟାନ୍ୟ ସାଟେଲାଇଟ୍‌ ସ୍ଥାପନ କଲା ଇସ୍ରୋ

Image Courtesy of TOI

ଶ୍ରୀହରିକୋଟା: ଶୁକ୍ରବାର ଦିନ ଭାରତୀୟ ମହାକାଶ ଗବେଷଣା ସଂସ୍ଥାନର ଲଞ୍ଚ୍‌ ଭେଇକ୍ଲ୍‌ ପିଏସ୍‌ଏଲ୍‌ଭି-ସିଫର୍ଟି କାର୍ଟୋଷ୍ଟାଟ୍‌-୨ ସିରିଜ୍‌ ଏବଂ ଅନ୍ୟାନ୍ୟ ୨୯ଟି କୃତ୍ରିମ ଉପଗ୍ରହକୁ କକ୍ଷପଥରେ ସ୍ଥାପନ କରିଛି। ଖବର ମିଳିବା ପର୍ଯ୍ୟନ୍ତ ଅନ୍ୟ ଏକ କୃତ୍ରିମ ଉପଗ୍ରହ କକ୍ଷପଥରେ ସ୍ଥାପନ କରିବାକୁ ବାକି ଥିବାରୁ ମିସନ ଚାଲୁ ରହିଛି। ପିଏସ୍‌ଏଲ୍‌ଭି-ସିଫର୍ଟି କାର୍ଟୋସାଟ୍‌-ଟୁ ଏବଂ ଆମେରିକା, ଫ୍ରାନ୍‌ସ୍‌, ଫିନ୍‌ଲାଣ୍ଡ୍‌, ଇଂଲଣ୍ଡ୍‌, ଦକ୍ଷିଣ କୋରିଆ ଏବଂ କାନାଡା ଆଦି ଦେଶର ଅନ୍ୟ ତିରିଶଟି କୃତ୍ରିମ ଉପଗ୍ରହ ନେଇ ପୂର୍ବାହ୍ନ ୯ଟା ୨୮ ମିନିଟ୍‌ରେ ଶ୍ରୀହରିକୋଟାସ୍ଥିତ ସତିଶ ଧାଓ୍ଵନ ସ୍ପେସ୍‌ ସେଣ୍ଟର୍‌ ଲଞ୍ଚ୍‌ପ୍ୟାଡ୍‌ରୁ ମହାକାଶକୁ ଯାଇଛି।

ଉତ୍‌କ୍ଷେପିତ ହେବାର ପ୍ରାୟ ୧୭ ମିନିଟ୍‌ ପରେ ରକେଟ୍‌ ମୁଖ୍ୟ ପ୍ଲେଲୋଡ୍‌, ୧୭୦ କିଲୋ ଓଜନବିଶିଷ୍ଟ କାର୍ଟୋଷ୍ଟାଟ୍‌-ଟୁ ସିରିଜ୍‌କୁ କକ୍ଷପଥରେ ସ୍ଥାପନ କରିଥିଲା। ତା’ପରେ ପ୍ରାୟ ୭ ମିନିଟ୍‌ ମଧ୍ୟରେ ବାକି ୨୯ଟି କୃତ୍ରିମ ଉପଗ୍ରହ ସବୁକୁ ଯେଝା କକ୍ଷପଥରେ ଅବସ୍ଥାପନ କରିଥିଲା।

ଅଭିଯାନ ବଡ଼ ଚମତ୍କାର। କାର୍ଟୋଷ୍ଟାଟ୍‌ର କାର୍ଯ୍ୟ ଦକ୍ଷତା ଖୁବ୍‌ ସନ୍ତୋଷଜନକ ବୋଲି କହିଛନ୍ତି ଅବରସଗ୍ରହଣ କରିଥିବା ଇସ୍ରୋର ଅଧ୍ୟକ୍ଷ ଏଏସ୍‌ କିରଣ କୁମାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe