କଟକଣା ଲଗାଇଲେ ଅଦାଲତ: ତେଜସ୍ବୀ ସୂର୍ଯ୍ୟଙ୍କ ବିରୋଧରେ ଛାପି ପାରିବେନି ମାନହାନି ସୂଚକ ଖବର

କଟକଣା ଲଗାଇଲେ ଅଦାଲତ: ତେଜସ୍ବୀ ସୂର୍ଯ୍ୟଙ୍କ ବିରୋଧରେ ଛାପି ପାରିବେନି ମାନହାନି ସୂଚକ ଖବର

ବେଙ୍ଗାଲୁରୁ: ଦକ୍ଷିଣ ବେଙ୍ଗାଲୁର ଲୋକସଭା ଆସନର ବିଜେପି ପ୍ରାର୍ଥୀ ତେଜସ୍ବୀ ସୂର୍ଯ୍ୟ କେତେକ ଗଣମାଧ୍ୟମ ସଂସ୍ଥା ବିରୋଧରେ ଅଭିଯୋଗ ନେଇ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲାର ପ୍ରାଥମିକ ଶୁଣାଣି କରି ଅଦାଲତ ଅନ୍ତରୀଣ ଅଦେଶନାମା ପ୍ରକାଶ କରି ୪୯ଟି ଗଣମାଧ୍ୟମ ଉପରେ କଟକଣା ଲାଗାଇଛନ୍ତି। ସୋସଆଲ୍‌ ମିଡିଆ ସାଇଟ୍‌ ଫେସ୍‌ବୁକ୍‌ ଓ ଗୁଗଲ୍‌ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଏଥିରୁ ବିରତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। କୋର୍ଟଙ୍କର ଅନ୍ୟାଦେଶ ପର୍ଯ୍ୟନ୍ତ କୌଣସି ଗଣାମାଧ୍ୟମରେ ବିଜେପି ପ୍ରାର୍ଥୀଙ୍କ ନାମରେ ସମ୍ମାନହାନି କଲା ପରି କୌଣସି ସମ୍ବାଦ ପ୍ରସାରିତ କିମ୍ବା ପ୍ରଚାରିତ ହୋଇପାରିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।

ଉଲ୍ଲେଖଯୋଗ୍ୟ, କେତେକ ଗଣମାଧ୍ୟମ ତେଜସ୍ବୀଙ୍କ ବିରୋଧରେ ‘ଭିତ୍ତିହୀନ ଏବଂ ଉଦ୍ଦେଶ୍ୟମୂଳକ’ ଖବର ଛାପିଥିବାରୁ ସେ ଏକ ମାନହାନି ମାମଲା ରୁଜ୍ଜୁ କରିଥିଲେ। ତେଜସ୍ବୀଙ୍କ ମାମଲାକୁ ଭିତ୍ତିକରି ବେଙ୍ଗାଲୁର ସିଟି ସିଭିଲ୍‌ କୋର୍ଟ ଏହି ଶୁଣାଣି କରିଛନ୍ତି। ଯେଉଁ ୪୯ ଗଣମାଧ୍ୟମ ସଂସ୍ଥା ବିରୋଧରେ ଅଭିଯୋଗ ହୋଇଛି ସେଥିରେ କେତେକ ଇଂରାଜି ଓ କନ୍ନଡ଼ ଖବରକାଗଜ ବି ସାମିଲ୍‌ ରହିଛି । ଉଲ୍ଲେଖଯୋଗ୍ୟ, ତେଜସ୍ବୀ ସୂର୍ଯ୍ୟ ହେଉଛନ୍ତି ଏଥର ନିର୍ବାଚନରେ ସର୍ବକନିଷ୍ଠ ପ୍ରାର୍ଥୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe