Image Courtesy of TOI
ନୂଆଦିଲ୍ଲୀ: ବାହା ହେବା ନିମନ୍ତେ ହେଲିକାପ୍ଟରରେ ପହଞ୍ଚି ଜୟପୁରର ଜଣେ ବର ତାଙ୍କ କନିଅାଁର ମନୋକାମନା ପୂରଣ କରିଛନ୍ତି। ଉତ୍ତର ପ୍ରଦେଶ ଅନ୍ତର୍ଗତ ହାପୁର ଠାରେ ଏହି ବିବାହ ଅନୁଷ୍ଠାନ ଆୟୋଜିତ ହୋଇଥିଲା।
ବର ଶାହାରୁଖ ଖାଁ ଚାହୁଁ ଥିଲେ ତାଙ୍କ ବିଭାଘର ଅଭିନବ ଢଙ୍ଗରେ ହେଉ। ବିଞ୍ଜୋର୍ ଜିଲ୍ଲାର କୋଟ୍ଓ୍ଵାଲି ସହରର ଏକ ନିର୍ଧନ ପରିବାରର କନିଅାଁ ତାଞ୍ଜିମ୍ଙ୍କ ମଧ୍ୟ ଦୀର୍ଘ ଦିନର ସ୍ୱପ୍ନ ଥିଲା ତାଙ୍କ ପରିବାରର ସଦସ୍ୟମାନେ ତାଙ୍କ ବିଦାୟୀ ବଡ଼ ଜାକଜମକରେ କରନ୍ତୁ।
ହେଲିକାପ୍ଟର୍ ଅବତରଣ କରାଇବାକୁ ବିବାହସ୍ଥଳ ନିକଟକୁ ଲାଗି ଥିବା ଏକ ପଡ଼ିଆରେ ଏକ ଅସ୍ଥାୟୀ ହେଲିପ୍ୟାଡ୍ ନିର୍ମାଣ କରାଯାଇଥିଲା। ବିବାହ ଅନୁଷ୍ଠାନ ସମାପନ ହୁଅନ୍ତେ ଉଭୟ ବର ଓ କନିଅାଁ ସେଠାରୁ ହେଲିକାପ୍ଟର୍ରେ ଗଲେ।
ଅଭିନବ ବିଦାୟ ଦେଖିବାକୁ ବହୁସଂଖ୍ୟକ ଲୋକ ବିବାହସ୍ଥଳରେ ଏକତ୍ର ହୋଇଥିଲେ। ସବୁ ବିଷୟ ସୁରୁଖୁରୁରେ ସମାପନ କରାଇବା ନିମନ୍ତେ ଉତ୍ତର ପ୍ରଦେଶ ସରକାର ଗୁଡ଼ାଏ ବ୍ୟବସ୍ଥା କରିଥିଲା। କୌଣସି ଅପ୍ରୀତିକର ଘଟଣା ଏଡ଼ାଇବାକୁ ବହୁ ସଂଖ୍ୟକ ପୁଲିସ ମୁତୟନ କରାଯାଇଥିଲା।
Follow Us