କନିକା କପୁରଙ୍କ ଦ୍ବିତୀୟ ଥର କରୋନା ପଜିଟିଭ

Advertisment
କନିକା କପୁରଙ୍କ ଦ୍ବିତୀୟ ଥର କରୋନା ପଜିଟିଭ

jantakareporter.com

ଲକ୍ଷ୍ନୌ: ବଲିଉଡ ଗାୟିକା କନିକା କପୁରଙ୍କର ଆଜି ଦ୍ବିତୀୟ ଥର ପାଇଁ କରୋନା ଭାଇରସ ପରୀକ୍ଷା କରାଯାଇଛି। ସଞ୍ଜୟ ଗା‌ନ୍ଧି ପୋଷ୍ଟ ଗ୍ରାଜୁଏଟ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍‌ସରେ ହୋଇଥିବା ଦ୍ବିତୀୟ ପରୀକ୍ଷା ରିପୋର୍ଟ ମଧ୍ୟ ପଜିଟିଭ୍‌ ଆସିଛି। ସୂଚନାଯୋଗ୍ୟ, ତାଙ୍କର ପ୍ରଥମ କରୋନା ଟେଷ୍ଟ ରି‌ପୋର୍ଟକୁ ନେଇ ପରିବାର ସଦସ୍ୟ ପ୍ରଶ୍ନ ଉଠାଇଥିଲେ। ଏଣୁ ପରିବାର ଚାପରେ ତାଙ୍କର ଦ୍ବିତୀୟ ଥର ପାଇଁ କୋଭିଡ-୧୯ ପରୀକ୍ଷା କରା ଯାଇଥିଲା। ମାତ୍ର ଏହା ପଜିଟିଭ ଆସିଛି। କନିକାଙ୍କ ସ୍ବାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଛି। କନିକା ବ୍ରିଟେନ୍‌ରୁ ଫେରିବା ପରେ ୧୬୦ ଜଣ ତାଙ୍କ ସଂସ୍ପର୍ଶରେ ଆସିଥିଲେ। ଏମାନଙ୍କ ଉପରେ ସତର୍କ ଦୃଷ୍ଟି ରଖାଯାଇଛି। ବ୍ରିଟେନ୍‌ରୁ ଫେରିବା ପରେ ବିନା କ୍ବାରାଣ୍ଟିନ୍‌ରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବାରୁ କନିକାଙ୍କୁ ଲକ୍ଷ୍ନୌ ପୁଲିସ ଗିରଫ କରିଥିଲା। ଲକ୍ଷ୍ନୌ ସିଡିଏମ୍‌ଓଙ୍କ ଏତଲା ଆଧାରରେ ସରୋଜିନୀ ନଗର ପୁଲିସ ତାଙ୍କୁ ଗିରଫ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe