କର୍ଣ୍ଣାଟକ  ନିର୍ବାଚନ: ସରକାର ଗଠନ କରିବା ଦିଗରେ ବିଜେପି

କର୍ଣ୍ଣାଟକ  ନିର୍ବାଚନ: ସରକାର ଗଠନ କରିବା ଦିଗରେ ବିଜେପି

ବେଙ୍ଗାଲୁରୁ:  କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଭୋଟ ଗଣତି ଆରମ୍ଭ ହୋଇଛି।। ସକାଳ ୮ଟାରୁ ରାଜ୍ୟର ୩୮ଟି କେନ୍ଦ୍ରରେ ଭୋଟ ଗଣତି ଆରମ୍ଭ ହୋଇଥିବା ବେଳେ ପ୍ରାଥମିକ ଗଣନାରୁ ବିଜେପି ରାଜ୍ୟରେ ସରକାର ଗଠନ କରିବା ନେଇ ସଙ୍କେତ ମିଳିଛି। ପ୍ରାଥମିକ ଗଣନା ଅନୁଯାୟୀ, ୨୨୨ଟି ବିଧାନସଭା ଆସନ ମଧ୍ୟରୁ ବିଜେପି ୧୧୬ , କଂଗ୍ରେସ ୬୩ ଓ ଜେଡିଏସ  ୪୧ ଓ ଅନ୍ୟ ୨ ଜଣ ସ୍ୱାଧୀନ ପ୍ରାର୍ଥୀ ଆଗରେ ରହିଛନ୍ତି। ସେହିପରି  କର୍ଣ୍ଣର୍ାଟକ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ସିଦ୍ଧରମେୟା ଉଭୟ ଆସନରେ ଭୋଟ ଗଣତିରେ  ପଛେଇଛନ୍ତି।

publive-image

ରାଜ୍ୟରେ ମୋଟ  ୨୨୨ଟି ବିଧାନସଭା ଆସନ ପାଇଁ ଗତ ଶନିବାର ଦିନ ମତଦାନ ହୋଇଥିବା ବେଳେ ଇଭିଏମ୍‌ରେ ବନ୍ଦ ଥିବା  ମୋଟ ୨୬୫୪ ଜଣ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ଆଜି ସକାଳୁ ଖୋଲିଛିି। ରାଜ୍ୟରେ କ୍ଷମତାସୀନ କଂଗ୍ରେସ ଦଳକୁ  ପଛକୁ ଠେଲି ଦେଇ ବିଜେପି ଏଠାରେ ପ୍ରାଥମିକ ଭୋଟ ଗଣତି ଅନୁଯାୟୀ   ୧୧୬ଟି ଆସନରେ ବିଜୟୀ ହୋଇ ସରକାର ଗଠନ କରିବାର ସମ୍ଭାବନା ସୃଷ୍ଟି କରିଛି। ସେହିପରି ଦେବେଗୌଡ଼ାଙ୍କ ଜେଡିଏସ ମଧ୍ୟ  ୪୧ଟି  ଆସନରେ ଜିଣିବାର ସମ୍ଭାବନା ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe