କର୍ଣ୍ଣାଟକ ମେଡିକାଲ୍‌ କଲେଜ୍‌ରେ ପୁଣି ୧୧୬ ଛାତ୍ର ସଂକ୍ରମିତ

କର୍ଣ୍ଣାଟକ ମେଡିକାଲ୍‌ କଲେଜ୍‌ରେ ପୁଣି ୧୧୬ ଛାତ୍ର ସଂକ୍ରମିତ

indian express

ହୁବେଳି: କର୍ଣ୍ଣାଟକ ଧାରୱଡ଼ ଜିଲ୍ଲାର ଏସଡିଏମ୍‌ ମେଡିକାଲ କଲେଜ୍‌ରେ ପୁଣି ୧୧୬ରୁ ଅଧିକ ଛାତ୍ର କରୋନା ସଂକ୍ରମିତ ହୋଇଛନ୍ତି। ଏଥିସହ ମୋଟ୍‌ ସଂକ୍ରମିତ ଛାତ୍ରଙ୍କ ସଂଖ୍ୟା ୧୮୨କୁ ବୃଦ୍ଧି ପାଇଛି। ଗତକାଲି କ‌ଲେଜରେ ୬୬ ଛାତ୍ର ସଂକ୍ରମିତ ହୋଇଥିଲେ। ଧାରୱଡ଼ ଡେପୁଟି କମିସନର ନିତେଶ ପାଟିଲ କହିଛନ୍ତି, ମୋଟ୍‌ ୬୯୦ ଜଣଙ୍କ କରୋନା ଟେଷ୍ଟ୍‌ କରାଯାଇଥିଲା ସେମାନଙ୍କ ମଧ୍ୟରୁ ୧୧୬ ଜଣଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି। କରୋନାର ଲକ୍ଷଣ ଥିଲେ ତୁରନ୍ତ କୋଭିଡ୍‌ ଟେଷ୍ଟ କରିବା ସହ ସମସ୍ତ କରୋନା ନିୟମାବଳି ପାଳନ କରିବାପାଇଁ ପାଟିଲ କହିଛନ୍ତି।

ସଂକ୍ରମିତ ହୋଇଥିବା ସମସ୍ତ ଛାତ୍ର ସମ୍ପୂର୍ଣ୍ଣ ଟିକା ନେଇ ସାରିଥିବାରୁ ସେମାନଙ୍କ ନିକଟରେ ସଂକ୍ରମଣର ସାମାନ୍ୟ ଲକ୍ଷଣ ରହିଛି। ସମସ୍ତେ ଆଇସୋଲେସନରେ ଅଛନ୍ତି। ଛାତ୍ରମାନେ ରହୁଥିବା ୨ଟି ହଷ୍ଟେଲ୍‌କୁ ସିଲ୍‌ କରାଯାଇଛି। ପରବର୍ତ୍ତୀ ନୋଟିସ ହେବା ପର୍ଯ୍ୟନ୍ତ ଅଫଲାଇନ୍‌ କ୍ଲାସ ବାତିଲ କରାଯାଇଛି। ଅନ୍ୟପକ୍ଷରେ ମାରାସୁରରେ ଏକ ନର୍ସିଂ କଲେଜରେ ୧୨ ଜଣ ଛାତ୍ରୀ ସଂକ୍ରମିତ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe