କର୍ଣ୍ଣାଟକ ସଂକଟ ମୁମ୍ବାଇରେ, ବିଦ୍ରୋହୀ ବିଧାୟକଙ୍କୁ ଭେଟି ପାରୁନାହାନ୍ତି ଶିବକୁମାର, ଛକିଛି ପୁଲିସ୍

Advertisment
କର୍ଣ୍ଣାଟକ ସଂକଟ ମୁମ୍ବାଇରେ, ବିଦ୍ରୋହୀ ବିଧାୟକଙ୍କୁ ଭେଟି ପାରୁନାହାନ୍ତି ଶିବକୁମାର, ଛକିଛି ପୁଲିସ୍

The Hindu

ମୁମ୍ବାଇ: ପଞ୍ଚମ ଦିନରେ ବି ଥମିନାହିଁ କର୍ଣ୍ଣାଟକ ସଂକଟ। ଇସ୍ତଫା ପତ୍ର ଦେଇ ମୁମ୍ବାଇରେ ଏକ ହୋଟେଲ୍‌ରେ ବସିଛନ୍ତି କର୍ଣ୍ଣାଟକର କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାରର ବିଦ୍ରୋହୀ ବିଧାୟକମାନେ। ସେମାନଙ୍କୁ ବୁଝାଇଶୁଝାଇ ଦଳକୁ ଫେରାଇ ଆଣିବାକୁ ବହୁ ଚେଷ୍ଟା କରାଯାଉଥିଲେ ଗୋଟିଏ ପରେ ଗୋଟିଏ ଉଦ୍ୟମ ଫେଲ୍‌ ମାରୁଛି।

ବିଦ୍ରୋହୀ ବିଧାୟକଙ୍କ ବୁଝାଇ ଫେରାଇ ଆଣିବା ପାଇଁ ଯାଇ ମୁମ୍ବାଇରେ ପହଞ୍ଚିଥିଲେ କର୍ଣ୍ଣାଟକର ବରିଷ୍ଠ କଂଗ୍ରେସ ନେତା ତଥା ମନ୍ତ୍ରୀ  ଡିକେ ଶିବକୁମାର। ସେ ମୁମ୍ବାଇରେ ପହଞ୍ଚି ବିଦ୍ରୋହୀ ବିଧାୟକମାନେ ରହୁଥିବା ହୋଟେଲ୍‌ ସାମ୍ନାକୁ ଯାଇଥିଲେ ବି ତାଙ୍କୁ ଭିତରକୁ ଛଡ଼ାଯାଇ ନାହିଁ।

ସେହି ହୋଟେଲ୍‌ରେ ବାହାରେ ଶିବକୁମାର ବର୍ଷା ମାଡ଼ ଖାଇ ଅପେକ୍ଷା କରିଥିବାର ନଜର ଆସିଛନ୍ତି। ମୁମ୍ବାଇ ପୁଲିସ୍‌ ବିଦ୍ରୋହୀ ବିଧାୟକମାନଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ରଖିଛି। ଶିବକୁମାରଙ୍କୁ ପୁଲିସ୍‌ ଭିତରକୁ ପଶିବାକୁ ହିଁ ଦେଉନାହିଁ। ହୋଟେଲ୍‌ ଥିବା ଅଂଚଳରେ ୧୪୪ ଧାରା ଜାରି କରାଯାଇଛି।

ଶିବକୁମାର ପୁଲିସ୍‌କୁ କହିଥିଲେ ଯେ ‘ମୁଁ ଏହି ହୋଟେଲ୍‌ରେ ଏକ ରୁମ୍‌ ବୁକ୍‌ କରିଛି। ମୋ ସାଙ୍ଗମାନଙ୍କ ସହ ଦେଖା କରି କଫି ପିଇ ରିଲାକ୍ସ ହେବାକୁ ଚାହୁଁଛି।’

ଶିବକୁମାରଙ୍କ କଥା ଶୁଣିବା ପରେ ମୁମ୍ବାଇ ପୁଲିସ୍‌ ତାଙ୍କ ହାତରେ ଏକ କପ୍‌ କଫି ଦେବାର ନଜର ଆସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe