କୁଳଭୂଷଣ-ଆତଙ୍କବାଦୀ ବଦଳ ପାଇଁ ପାକିସ୍ତାନକୁ ପ୍ରସ୍ତାବ ମିଳିଥିଲା: ପାକ୍‌ ବିଦେଶ ମନ୍ତ୍ରୀଙ୍କ ବୟାନ

Advertisment
କୁଳଭୂଷଣ-ଆତଙ୍କବାଦୀ ବଦଳ ପାଇଁ ପାକିସ୍ତାନକୁ ପ୍ରସ୍ତାବ ମିଳିଥିଲା: ପାକ୍‌ ବିଦେଶ ମନ୍ତ୍ରୀଙ୍କ ବୟାନ

ନୂଆଦିଲ୍ଲୀ: ପାକିସ୍ତାନ ଜେଲ୍‌ରେ ଥିବା ଭାରତର ପୂର୍ବ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କୁ ଆଫଗାନିସ୍ତାନରେ ଜେଲ୍‌ରେ ଥିବା ଏକ ତାଲିବାନ ଆତଙ୍କବାଦୀ ସହ ଅଦଳବଦଳ କରିବାକୁ ପ୍ରସ୍ତାବ ମିଳିଥିଲା ବୋଲି ପାକ୍‌ ବିଦେଶ ମନ୍ତ୍ରୀ ଖ୍ଵାଜା ମହମ୍ମଦ୍‌ ଆସିଫ କହିଛନ୍ତି। ନିଉୟର୍କରେ ଅନୁଷ୍ଠିତ ଏସିଆ ସୋସାଇଟି ସମ୍ମିଳନୀରେ ଆସିଫ ଏହା ପ୍ରକାଶ କରି ଜଣେ ଜାତୀୟ ସୁରକ୍ଷା ଉପଦେଷ୍ଟା(ଏନ୍‌ଏସ୍‌ଏ) ତାଙ୍କୁ ଏହି ପ୍ରସ୍ତାବ ଦେଇଥିଲେ ବୋଲି କହିଥିଲେ। ଆସିଫ କହିଲେ ଯେ ୨୦୧୪ରେ ପେଶଓ୍ଵାରର ଆର୍ମି ପବ୍ଲିକ ସ୍କୁଲରେ ଆତଙ୍କବାଦୀମାନେ ପ୍ରବେଶ କରି ସେଠାରେ ପଢ଼ୁଥିବା ସେନା କର୍ମଚାରୀଙ୍କ ୧୫୦ ପିଲା ଓ ଶିକ୍ଷକଙ୍କୁ ବର୍ବରୋଚିତ ହତ୍ୟା କରିଥିଲେ। ଏହି ଆତଙ୍କବାଦୀମାନଙ୍କ ମଧ୍ୟରୁ ଜଣେ ଆଫଗାନିସ୍ତାନରେ ଗିରଫ ହୋଇ ଜେଲ୍‌ରେ ରହିଛି। ତା ସହିତ ପାକିସ୍ତାନ ଜେଲ୍‌ରେ ଥିବା ଆତଙ୍କବାଦୀ କୁଳଭୂଷଣଙ୍କୁ ବିନିମୟ କରିବାକୁ ତାଙ୍କୁ ଏନ୍‌ଏସ୍‌ଏ ପ୍ରସ୍ତାବ ଦେଇଥିଲେ। ତେବେ ସେ ଏହି ଏନ୍‌ଏସ୍‌ଏଙ୍କ ନାମ ବା ସଂପୃକ୍ତ ଆତଙ୍କବାଦୀର ନାମ ପ୍ରକାଶ କରିନଥିଲେ।
ଭାରତର ପୂର୍ବ ନୌସେନା କର୍ମଚାରୀ କୁଳଭୂଷଣ ଯାଦବଙ୍କୁ ଆଇଏସ୍‌ଆଇ ଇରାନରୁ ଅପହରଣ କରିନେଇ ପାକିସ୍ତାନ ଜେଲ୍‌ରେ ରଖିଛି। ତେବେ ତାଙ୍କୁ ପାକିସ୍ତାନରେ ଗିରଫ କରାଯାଇଛି ବୋଲି ପାକିସ୍ତାନ ଦାବି କରିଆସୁଛି। ବେଲୁଚିସ୍ତାନରେ ବିଦ୍ରୋହୀମାନଙ୍କୁ ସହଯୋଗ ଓ ଭାରତ ପାଇଁ ଗୁପ୍ତଚର କାର୍ଯ୍ୟକଳାପ ଚଳାଇଥିବା ଅଭିଯୋଗରେ କୁଳଭୂଷଣ ପାକିସ୍ତାନ ସାମରିକ କୋର୍ଟ ଦ୍ୱାରା ମୃୃତ୍ୟୁ ଦଣ୍ଡାଦେଶ ପାଇଛନ୍ତି। ଅନ୍ତର୍ଜାତୀୟ ଆଇନ ଅନୁଯାୟୀ କୁଳଭୂଷଣଙ୍କୁ କୂଟନୈତିକ ସୁଯୋଗ ଦେବାପାଇଁ ଭାରତର ବାରମ୍ବାର ଆବେଦନକୁ ପାକ୍‌ ସରକାର ଅଗ୍ରାହ୍ୟ କରିବା ସହ ତାଙ୍କୁ ସାକ୍ଷାତ କରିବାକୁ ତାଙ୍କ ମା’ଙ୍କୁ ଭିସା ଅନୁମତି ଦେଲେନାହିଁ। ଭାରତ ସରକାର ଏହା ବିରୋଧରେ ଅନ୍ତର୍ଜାତୀୟ ନ୍ୟାୟାଳୟ(ଆଇସିଜେ)ରେ ମାମଲା ରୁଜୁ କରିବା ପରେ ଆଇସିଜେ କୁଳଭୂଷଣଙ୍କ ମୃତ୍ୟୁଦଣ୍ଡ ଉପରେ ରହିତାଦେଶ ଜାରି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe