କୋଭିଡ ଯୁଦ୍ଧରେ ଭାରତ ୧୫୦ ଦେଶକୁ ସହାୟତା କରିଛି: ମୋଦୀ

India has helped 150 countries in the Covid war: Modi

କୃଷି ଭିତ୍ତିଭୂମି ପାଇଁ ୧ ଲକ୍ଷ କୋଟି, ଯୋଜନା ଆରମ୍ଭ କଲେ ପ୍ରଧାନମନ୍ତ୍ରୀ

Image Courtesy of Hindustan Times

ନୂଆଦିଲ୍ଲୀ: ଜାତିସଂଘର ଆର୍ଥିକ ଓ ସାମାଜିକ ପରିଷଦର ଭର୍ଚୁଆଲ ସମ୍ମିଳନୀରେ ଆଜି ଅଂଶଗ୍ରହଣ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଭିଡ ଯୁଦ୍ଧରେ ଭାରତ ୧୫୦ ଦେଶକୁ ସହାୟତା କରିଛି ବୋଲି କହିଛନ୍ତି। କୋଭିଡ-୧୯ ବିଶ୍ବର ସମସ୍ତ ରାଷ୍ଟ୍ରର ପ୍ରତିରୋଧ କ୍ଷମତାର ପରୀକ୍ଷା ନେଇଛି। ଭାରତ ମଧ୍ୟ କୋଭିଡ-୧୯ର ମୁକାବିଲା କରିବାରେ ସଫଳ ହୋଇଛି। ଭାରତର ତୃଣମୂଳ ସ୍ତରର ଉନ୍ନତ ସ୍ବାସ୍ଥ୍ୟ ବ୍ୟବସ୍ଥା କୋଭିଡ-୧୯ ମୁକାବିଲା କରିବାରେ ସହାୟକ ହୋଇପାରିଛି।

ଭାରତର ଉତ୍ତମ ସ୍ବାସ୍ଥ୍ୟ ବ୍ୟବସ୍ଥା ଯୋଗୁଁ ଦେଶର ଆରୋଗ୍ୟ ହାର ବିଶ୍ବ ତୁଳନାରେ ଯଥେଷ୍ଟ ଭଲ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଭାରତ ବିଶ୍ବ ଶାନ୍ତିରେ ବିଶ୍ବାସ କରେ। ବିବିଧତା ମଧ୍ୟରେ ଏକତା ଭାରତର ମନ୍ତ୍ର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଜାତିସଂଘର ୭୫ତମ ବାର୍ଷିକ ଉତ୍ସବରେ ଯୋଗଦେଇ ପ୍ରଧାନମନ୍ତ୍ରୀ ବିଶ୍ବର ବହୁବିଧ ବ୍ୟବସ୍ଥାର ବିକାଶ ଉପରେ ଗୁରୁତ୍ବାରୋପ କରିଛନ୍ତି। ‘ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ବାସ’ ଭାରତର ମନ୍ତ୍ର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe