କୋଇଲା ଦୁର୍ନୀତି: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡ଼ାଙ୍କ ଜେଲ ଦଣ୍ଡାଦେଶ ଉପରେ ରହିତାଦେଶ ଜାରି କଲେ ଦିଲ୍ଲୀ ହାଇକୋର୍ଟ

କୋଇଲା ଦୁର୍ନୀତି: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡ଼ାଙ୍କ ଜେଲ ଦଣ୍ଡାଦେଶ ଉପରେ ରହିତାଦେଶ ଜାରି କଲେ ଦିଲ୍ଲୀ ହାଇକୋର୍ଟ

photo credit NDTV

ନୂଆଦିଲ୍ଲୀ: ଦେଶର ବହୁଚର୍ଚ୍ଚିତ କୋଇଲା ଦୁର୍ନୀତିରେ ସଂପୃକ୍ତି ଥିବା ଅଭିଯୋଗରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡ଼ାଙ୍କୁ ସିବିଆଇର ସ୍ୱତନ୍ତ୍ର ଅଦାଲତ ଶୁଣାଇ ଥିବା ତିନି ବର୍ଷର ଜେଲ ଓ ୨୫ ଲକ୍ଷ ଟଙ୍କା ଜରିମାନାର ଦଣ୍ଡାଦେଶ ଉପରେ ଆଜି ଦିଲ୍ଲୀ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ଡିସେମ୍ବର ୧୪ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ଏକ ସ୍ୱତନ୍ତ୍ର ଅଦାଲତ ରାଜହାରା ନର୍ଥ କୋଲ୍‌ ବ୍ଲକ୍‌ ଆବଣ୍ଟନରେ ହୋଇଥିବା ଦୁର୍ନୀତିରେ ସଂପୃକ୍ତ ଥିବା ଅଭିଯୋଗରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡ଼ାଙ୍କ ସମେତ ପୂର୍ବତନ କୋଇଲା ସଚିବ ଏଚ୍‌ସି ଗୁପ୍ତା, ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟ ସଚିବ ଅଶୋକ କୁମାର ବସୁ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡ଼ାଙ୍କ ଘନିଷ୍ଠ ସହଯୋଗୀ ବିଜୟ ଯୋଶୀଙ୍କୁ ତିନି ବର୍ଷ ପାଇଁ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ। ଏଥିସହ ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡ଼ାଙ୍କ ଠାରୁ ୨୫ଲକ୍ଷ ଓ ପୂର୍ବତନ କୋଇଲା ସଚିବ ଏଚ୍‌ସି ଗୁପ୍ତାଙ୍କ ଠାରୁ ୧ଲକ୍ଷ ଟଙ୍କର ଜରିମାନା ଆଦାୟ ପାଇଁ ମଧ୍ୟ ରାୟ ଶୁଣାଇଥିଲେ।

ତେବେ, ସିବିଆଇର ସ୍ୱତନ୍ତ୍ର ଅଦାଲତଙ୍କ ଏହି ରାୟ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଅଭିଯୁକ୍ତମାନେ ଆବେଦନ କରିବେ ବୋଲି କହିବା ପରେ ସିବିଆଇ ଅଦାଲତ ସେମାନଙ୍କୁ ଏଥିପାଇଁ ଦୁଇ ମାସର ଜାମିନ ପ୍ରଦାନ କରିଥିଲେ। ଆଜି ଅଭିଯୁକ୍ତମାନଙ୍କ ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ ଆଗତ ହୋଇଥିବା ଆବେଦନ ଉପରେ ଶୁଣାଣି କରି ଦିଲ୍ଲୀ ହାଇକୋର୍ଟର ଏକ ଖଣ୍ଡପୀଠ ଏହି ରହିତାଦେଶ ଜାରି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe