ଓ୍ଵାଶିଂଟନ: ଆମେରିକୀୟ ସୁନ୍ଦରୀ ‘ମିସ୍ ୟୁଏସ୍ଏ ୨୦୧୮’ ସାରା ରୋଜ୍ ସମର୍ ‘ମିସ୍ ୟୁନିଭର୍ସ’ ମଞ୍ଚ ଉପରେ ତାଙ୍କର ପ୍ରତିଦ୍ୱନ୍ଦୀ ପ୍ରତିଯୋଗୀ ‘ମିସ୍ ଭିଏତ୍ନାମ’ ଓ ‘ମିସ୍ କମ୍ବୋଡିଆ’ଙ୍କ ସେମାନଙ୍କ ଦୁର୍ବଳ ଇଂରାଜି ଜ୍ଞାନ ହେତୁ ଉପହାସ କରିଥିବା ନେଇ ପରେ କ୍ଷମା ମାଗିଛନ୍ତି।
୨୪ ବର୍ଷୀୟା ସମର୍ ସୋସିଆଲ୍ ମିଡିଆରେ ନିଜର ଦୋଷ ସ୍ୱୀକାର କରି ସେ କାହାର ଭାବନାକୁ ଆଘାତ ଦେବା ଉଦେଶ୍ୟ ରଖି ନଥିଲେ ବୋଲି ସଫେଇ ଦେଇଛନ୍ତି।
ସୋସିଆଲ୍ ମିଡିଆରେ ଏକ ଲାଇଭ୍ ଭିଡିଓ ଜରିଆରେ ସାରା ରୋଜ୍ ସମର ନିଜର ପ୍ରତିନ୍ଦ୍ୱନ୍ଦୀଙ୍କ ଇଂରାଜି କହିବାକୁ ନେଇ ଥଟା କରିଥିବା ସ୍ପଷ୍ଟ ଦେଖିବାକୁ ମିଳିଥିଲା। ଭିଡିଓଟି ସୋସିଆଲ୍ ମିଡିଆରେ ଘୂରି ବୁଲିବା ପରେ ତୀବ୍ର ସମାଲୋଚନାର ପାତ୍ରୀ ହୋଇଥିଲେ ସମର୍।
ଜଣେ ଇନ୍ଷ୍ଟା ବ୍ୟବହାରକାରୀ ସମର୍ଙ୍କୁ ଖୁବ୍ ତାତ୍ସଲ୍ୟ କରି ତାଙ୍କର ସୁନ୍ଦରତା ଉପରେ ପ୍ରଶ୍ନ ଉଠାଇଥିଲେ। ବାସ୍ତବିକ ସୁନ୍ଦରତା କ’ଣ ବୋଲି ବ୍ୟବହାରକାରୀ ଜଣକ ପ୍ରଶ୍ନ କରିଥିଲେ।
ଶେଷରେ ‘ମିସ୍ ୟୁଏସ୍ଏ ୨୦୧୮’ ସାରା ରୋଜ୍ ସମର୍ ନିଜ୍ ଇନ୍ଷ୍ଟା ଆକାଉଣ୍ଟ୍ ଜରିଆରେ ଏହି ଘଟଣା ଉପରେ ପୂର୍ଣ୍ଣଛେଦ ପକାଇବାକୁ ଯାଇ କ୍ଷମା ମାଗିଛନ୍ତି।
ସେ ଲେଖିଛନ୍ତି କି ‘ମୁଁ ଅନୁଭବ କଲି ଯେ ମୋର ମନ୍ତବ୍ୟ ଆଦୌ ସମ୍ମାନଜନକ ନଥିଲା। ମୁଁ ଅନ୍ୟକୁ ଆଘାତ ଦେବାକୁ ଚାହିଁ ନଥିଲି। ‘ମିସ୍ ୟୁନିଭର୍ସ’ ଏପରି ଏକ ସୁଯୋଗ, ଯେଉଁଠାରେ ପ୍ରତ୍ୟେକ ପ୍ରତିଯୋଗୀ ପରସ୍ପରଙ୍କ ସଂସ୍କୃତିକୁ ଶିଖି ପାରିବେ।’
Follow Us