ଗୋଟିଏ ଦଶନ୍ଧି ମଧ୍ୟରେ ୭ଟି ଗ୍ରହ ଅଭିଯାନରେ ଯିବା ପାଇଁ ଯୋଜନା କରୁଛି ଇସ୍ରୋ

ଗୋଟିଏ ଦଶନ୍ଧି ମଧ୍ୟରେ ୭ଟି ଗ୍ରହ ଅଭିଯାନରେ ଯିବା ପାଇଁ ଯୋଜନା କରୁଛି ଇସ୍ରୋ

Image Source: Zee News

ଶ୍ରୀହରିକୋଟା: ମଙ୍ଗଳ ଗ୍ରହ ପ୍ରତି ଧ୍ୟାନ ଦେବାର ୬ ବର୍ଷ ପରେ ଆଗାମୀ ୧୦ ବର୍ଷ ମଧ୍ୟରେ ସାତଟି ଗ୍ରହକୁ ବୈଜ୍ଞାନିକ ଅଭିଯାନରେ ଯିବାଲାଗି ଭାରତ ଯୋଜନା କରୁଛି। ୨୦୧୩ରେ ଶୁକ୍ରଗ୍ରହ ଅଭିଯାନ ମଧ୍ୟ ଏଥିରେ ତାଲିକାଭୁକ୍ତ ହୋଇଛି।

ସତୀଶ ଧାଓ୍ଵନ୍‌ ମହାକାଶ କେନ୍ଦ୍ର ଠାରେ ସ୍କୁଲ୍‌ ପିଲାଙ୍କର ଯୁବ ବିଜ୍ଞାନ କାର୍ଯ୍ୟକ୍ରମ ‘ଯୁବିକା’ରେ ଅଭିଭାଷଣ ଦେଇ ଇସ୍ରୋ ଅଧ୍ୟକ୍ଷ ଡକ୍ଟର୍‌ କୈଳାସବାଡ଼ିବୁ ଶିବନ୍‌ କହିଛନ୍ତି ଯେ ୭ଟି ଗ୍ରହାନ୍ତର ଅଭିଯାନ ନିମନ୍ତେ ଇସ୍ରୋ କାମ କରୁଛି। ଗୋଟିଏ ଦଶନ୍ଧି ମଧ୍ୟରେ ଏ ସମସ୍ତ ଅଭିଯାନ ଆରମ୍ଭ ହେବ।

ମାର୍ସ ଅର୍ବିଟର୍‌ ମିସନ୍‌-ଟୁ, ଚନ୍ଦ୍ରାୟନ-ଥ୍ରି, ଏ ମିସନ୍‌ ଟୁ ଭେନସ୍‌, ଏକ୍ସପୋ-ସାଟ୍‌ ପ୍ଲାନେଟାରି ଏକ୍ସପ୍ଲୋରେସନ୍‌, ଆଦିତ୍ୟ ଏଲ୍‌-ଓ୍ଵାନ୍‌ ଆଦି ଅଭିଯାନ ଏଥିରେ ଅନ୍ତର୍ଭୁକ୍ତ।

ସେ କହିଛନ୍ତି: ଶୁକ୍ର ଗ୍ରହ ବିଷୟରେ ଖୁବ୍‌ ଆଗ୍ରହ ଅଛି। ଭାରତ ଏବଂ ବିଦେଶୀ ବୈଜ୍ଞାନିକ ସମ୍ପ୍ରଦାୟ ପାଇଁ ଅନେକ ସୁଯୋଗ ରହିଥିବା କଥା ଆମେ ଘୋଷଣା କରିଥିଲୁ। ପ୍ରାୟ ୨୦ଟି ପ୍ଲେଲୋଡ୍‌ ଆସୁଛି।

ମିସନ୍‌ ଆଦିତ୍ୟ ଏଲ୍‌-ଓ୍ଵାନ୍‌ ସୂର୍ଯ୍ୟର କରୋନା ବିଷୟରେ ଅଧ୍ୟୟନ କରିବ। ୨୦୨୦ ମଧ୍ୟ ଭାଗ ବେଳକୁ ଏହି ଅଭିଯାନ ଆରମ୍ଭ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe