ଚଳିତବର୍ଷ ଗ୍ରୀଷ୍ମପ୍ରବାହ ସ୍ୱାଭାବିକଠାରୁ ଦୁଇଗୁଣ ଲମ୍ବା: ଓଡ଼ିଶାରେ ସର୍ବାଧିକ ୨୭ ଦିନ

Advertisment
ଚଳିତବର୍ଷ ଗ୍ରୀଷ୍ମପ୍ରବାହ ସ୍ୱାଭାବିକଠାରୁ ଦୁଇଗୁଣ ଲମ୍ବା:  ଓଡ଼ିଶାରେ ସର୍ବାଧିକ ୨୭ ଦିନ

ନୂଆଦିଲ୍ଲୀ: ଚଳିତ ଗ୍ରୀଷ୍ମଋତୁରେ ଭାରତ ସବୁଠାରୁ ଲମ୍ବା ଗ୍ରୀଷ୍ମପ୍ରବାହର ସମ୍ମୁଖୀନ ହୋଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ତଥ୍ୟରୁ ଜଣାପଡିଛି ଯେ ମାର୍ଚ୍ଚ ୧ରୁ ଜୁନ୍ ୯ ମଧ୍ୟରେ ଓଡ଼ିଶା ସବୁଠାରୁ ଅଧିକ ୨୭ ଦିନ ଖରାପ ପାଣିପାଗ ଦେଇ ଗତି କରିଛି। ତା’ ପଛକୁ ପଶ୍ଚିମ ରାଜସ୍ଥାନ (୨୩ ଦିନ), ଗାଙ୍ଗେୟ ପଶ୍ଚିମବଙ୍ଗ (୨୧ ଦିନ) ଏବଂ ଦିଲ୍ଲୀ, ହରିୟାଣା, ଚଣ୍ଡିଗଡ଼ ଓ ପଶ୍ଚିମ ୟୁପି (ପ୍ରତ୍ୟେକ ୨୦ ଦିନ) ଲମ୍ବା ଗ୍ରୀଷ୍ମପ୍ରବାହର ସମ୍ମୁଖୀନ ହୋଇଛନ୍ତି। ଏହା ସାଧାରଣତଃ ଏହି ଅଞ୍ଚଳଗୁଡିକ ବାର୍ଷିକ ହାରାହାରି ଅନୁଭବ କରୁଥିବା ଗ୍ରୀଷ୍ମପ୍ରବାହଠାରୁ ଦୁଇଗୁଣରୁ ଅଧିକ ଥିଲା। ଉଦାହରଣ ସ୍ୱରୂପ, ଗୁରୁବାରକୁ ମିଶାଇ ଜୁନ୍ ୯ ତାରିଖରୁ ଦିଲ୍ଲୀରେ ଆଉ ୩ଟି ଗ୍ରୀଷ୍ମପ୍ରବାହ ଦେଖିବାକୁ ମିଳିଛି, ଯାହା ଫଳରେ ସମୁଦାୟ ଗ୍ରୀଷ୍ମ ପ୍ରବାହ ୨୩ରେ ପହଞ୍ଚିଛି। ଆଇଏମ୍‌ଡି ଗୁରୁବାର କହିଛି ଯେ ଆସନ୍ତା ୪-୫ ଦିନ ପର୍ଯ୍ୟନ୍ତ ଭାରତର ଉତ୍ତର ଭାଗରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିବ।

ମାର୍ଚ୍ଚ ୧ରୁ ଜୁନ୍ ୯ ତାରିଖ ପର୍ଯ୍ୟନ୍ତ ଆଇଏମ୍‌ଡି ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ଦେଶର ୩୬ଟି ପାଣିପାଗ ଉପବିଭାଗ ମଧ୍ୟରୁ ୧୪ଟିରେ ୧୫ଟି ଗ୍ରୀଷ୍ମ ପ୍ରବାହ ଦିନ ରେକର୍ଡ କରାଯାଇଛି। ହିମାଚଳ ପ୍ରଦେଶ ଭଳି ଅପେକ୍ଷାକୃତ ଥଣ୍ଡା ଉଚ୍ଚ ଅଞ୍ଚଳରେ ୧୨ ଦିନ ଗ୍ରୀଷ୍ମପ୍ରବାହ ହୋଇଥିବା ବେଳେ ସିକ୍କିମରେ ୧୧, ଜମ୍ମୁ-କାଶ୍ମୀରରେ ୬ ଏବଂ ଉତ୍ତରାଖଣ୍ଡରେ ୨ ଦିନ ଗ୍ରୀଷ୍ମପ୍ରବାହ ଦେଖିବାକୁ ମିଳିଛି। ଜଳବାୟୁ ବୈଜ୍ଞାନିକ ତଥା ଭୂବିଜ୍ଞାନ ମନ୍ତ୍ରଣାଳୟର ପୂର୍ବତନ ସଚିବ ମାଧବନ ରାଜୀବନ ଲମ୍ବା ଗ୍ରୀଷ୍ମପ୍ରବାହ ପାଇଁ ବିଶ୍ବତାପନକୁ ଦାୟୀ କରି କରିଛନ୍ତି। ସମତଳ ଅଞ୍ଚଳରେ ପାଣିପାଗ କେନ୍ଦ୍ରର ସର୍ବୋଚ୍ଚ ତାପମାତ୍ରା ଅତିକମ୍‌ରେ ୪୦ ଡିଗ୍ରି, ଉପକୂଳ ଅଞ୍ଚଳରେ ୩୭ ଡିଗ୍ରି ଏବଂ ପାହାଡିଆ ଅଞ୍ଚଳରେ ୩୦ ଡିଗ୍ରି ସେଲସିୟସ ରହିଲେ ଗ୍ରୀଷ୍ମପ୍ରବାହ ଘୋଷଣା କରାଯାଏ। ଏହା ସ୍ୱାଭାବିକ ତାପମାତ୍ରାଠାରୁ ୪.୫ରୁ ୬.୪ ଡିଗ୍ରି ସେଲସିୟସ ଅଧିକ ଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe