Image Source: India Today
ନୂଆଦିଲ୍ଲୀ: ୭ ରାଜ୍ୟର ୧୮ ରାଜ୍ୟସଭା ଆସନ ପାଇଁ ଆସନ୍ତା ୧୯ ତାରିଖରେ ନିର୍ବାଚନ ହେବ। ଆଜି ନିର୍ବାଚନ କମିସନ ଏହି ଘୋଷଣା କରିଛନ୍ତି। ଏହି ୧୮ଟି ଆସନରୁ ଆନ୍ଧ୍ରପ୍ରଦେଶ ଏବଂ ଗୁଜରାଟରୁ ୪ଟି ଲେଖାଏଁ , ଝାଡ଼ଖଣ୍ଡରୁ ୨ଟି, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରୁ ୩ଟି ଲେଖାଏଁ , ମଣିପୁର ଏବଂ ମେଘାଳୟରୁ ଗୋଟିଏ ଲେଖାଏଁ ଆସନରେ ନିର୍ବାଚନ ହେବ। ଜୁନ୍ ୧୯ ସକାଳ ୯ରୁ ୪ଟା ମଧ୍ୟରେ ଭୋଟ୍ ଗ୍ରହଣ ହେବ ଏବଂ ସନ୍ଧ୍ୟା ୫ଟା ପରେ ଭୋଟ୍ ଗଣତି ଆରମ୍ଭ ହେବ ବୋଲି କମିସନ୍ ପକ୍ଷରୁ କୁହାଯାଇଛି।
ଆଗାମୀ ରାଜ୍ୟସଭା ନିର୍ବାଚନ ପାଇଁ ନିର୍ବାଚନ କମିସନ୍ ମୁଖ୍ୟ ନିର୍ବାଚନ ଅଧିକାରୀମାନଙ୍କୁ ସେମାନଙ୍କ ନିଜ ନିଜ ରାଜ୍ୟରେ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଉପରୋକ୍ତ ୧୮ଟି ରାଜ୍ୟସଭା ଆସନରେ ଚଳିତ ବର୍ଷ ମାର୍ଚ୍ଚ ମାସରେ ନିର୍ବାଚନ ହୋଇଥାନ୍ତା। କିନ୍ତୁ ଲକ୍ଡାଉନ୍ ପାଇଁ ନିର୍ବାଚନ ସ୍ଥଗିତ ରହିଥିଲା।
Follow Us