ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ: ଦ୍ବିତୀୟ ପର୍ଯ୍ୟାୟରେ ୬୩% ମତଦାନ

63 Percent Votes Cast in Second Phase of Polling for Jharkhand Assembly Elections

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ: ଦ୍ବିତୀୟ ପର୍ଯ୍ୟାୟରେ ୬୩% ମତଦାନ

Dailyhunt

ରାଞ୍ଚି : ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟରେ ଆଜି ୨୦ଟି ଆସନ ପାଇଁ ଭୋଟ୍‌ ଗ୍ରହଣ ହୋଇଛି। ଦ୍ବିତୀୟ ପର୍ଯ୍ୟାୟରେ ୬୨ ପ୍ରତିଶତ ମତଦାନ ହୋଇଥିବା ରେକର୍ଡ କରାଯାଇଛି। ଆଜି ଭୋଟ୍‌ ବେଳେ କାଁ ଭାଁ ହିଂସା ଦେଖିବାକୁ ମିଳିଥିଲା। ଗୁମ୍‌ଲା ଜିଲ୍ଲାର ସିସୟି ବିଧାନସଭା ଆସନ ଅନ୍ତର୍ଗତ ଏକ ମତଦାନ କେନ୍ଦ୍ରରେ ଗୁଳି ମାଡ଼ ହୋଇଥିବା ବେଳେ ଏଥିରେ ଜଣେ ବ୍ୟକ୍ତିର ମୃତ୍ୟୁ ଘଟିଛି ଏବଂ ୨ ଜଣ ଆହତ ହୋଇଛନ୍ତି। ଆଉ ଏକ ଘଟଣାରେ ବଗନିର ଏକ ବୁଥ୍‌ରେ ମଧ୍ୟ ଆସାମାଜିକମାନେ ଗୁଳି ମାଡ଼ କରିଥିବା ଖବର ମିଳିଛି। ତେବେ ସିଆର୍‌ପିଏଫ୍‌ ଟିମ୍‌ ତୁରନ୍ତ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇଥିଲେ।

ସିସୟିରେ ଗୁଳିମାଡ଼ ଏବଂ ଭୋଟ୍‌ରଙ୍କୁ ମତଦାନରୁ ବଳପୂର୍ବକ ରୋକାଯିବାରୁ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଏହାପରେ ସେଠାରେ ଭୋଟ୍‌ ଗ୍ରହଣ ପ୍ରକ୍ରିୟାକୁ ବାତିଲ କରାଯାଇଥିଲା ଏବଂ ଆଖପାଖ ଅଂଚଳକୁ ସିଲ୍‌ କରାଯାଇଥିଲା। ଅପରାଧୀଙ୍କ ଗୁଳିମାଡ଼ରେ ଜଣେ ଥାନା ଅଧିକାରୀ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe