ଟ୍ରକକୁ ଧକ୍କା ଦେବା ପରେ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ବସ୍‌ରେ ଲାଗିଗଲା ନିଆଁ; ୩ ମୃତ

Advertisment
ଟ୍ରକକୁ ଧକ୍କା ଦେବା ପରେ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ବସ୍‌ରେ ଲାଗିଗଲା ନିଆଁ; ୩ ମୃତ

newsnation

ଗୁନା: ମଧ୍ୟପ୍ରଦେଶର ଗୁନା ଜିଲ୍ଲାରେ ଆଜି ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍‌ ଦୁର୍ଘଟଣାର ସମ୍ମୁଖୀନ ହେବାରୁ ୩ ଜଣ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ଘଟିଛି।
ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ ତୀର୍ଥଯାତ୍ରୀଙ୍କୁ ଧରି ଯାଉଥିବା ମିନି ବସ୍‌ଟି ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକକୁ ଧକ୍କା ଦେବା ପରେ ବସ୍‌ରେ ନିଆଁ ଲାଗି ଯାଇଥିଲା। ଏହି ଘଟଣାରେ ବସ୍‌ରେ ଥିବା ଜଣେ ୧୩ ବର୍ଷୀୟା ବାଳିକା ସମେତ ତିନି ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଚାରିଜଣ ଆହତ ହୋଇଥିଲେ।
ଏହି ଘଟଣା ବରଖେଡା ଅଞ୍ଚଳର ଜାତୀୟ ରାଜପଥ ୪୬ରେ ଘଟିଛି। ପୁଲିସ୍‌ ଏସ୍‌ଡିପିଓ ମୁନିଶ ରାଜୋରିଆ କହିଛନ୍ତି ଯେ ଏହି ଦୁର୍ଘଟଣାରେ ଆହତ ହୋଇଥିବା ଜଣେ ୧୨ ବର୍ଷର ବାଳକ ସମେତ ଅନ୍ୟ ଯାତ୍ରୀମାନଙ୍କୁ ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ବସ୍‌ରେ ୨୮ ଜଣ ଯାତ୍ରୀ ଥିଲେ ଯେଉଁମାନେ ଇନ୍ଦୋରରୁ ତୀର୍ଥଯାତ୍ରାରେ ମଥୁରା ଯାଉଥିଲେ ବୋଲି ସେ କହିଛନ୍ତି। ଶ୍ରୀ ରାଜୋରିଆ କହିଛନ୍ତି, ଗୁନା ଜିଲ୍ଲା ମୁଖ୍ୟାଳୟଠାରୁ ପ୍ରାୟ ୪୦ କିଲୋମିଟର ଦୂରରେ ଥିବା ଚାଚୋଡା ତହସିଲର ବରଖେଡାଠାରେ ସକାଳ ୫ଟାରୁ ୬ଟା ମଧ୍ୟରେ ରାସ୍ତା କଡରେ ପାର୍କିଂ ହୋଇଥିବା ଏକ କଣ୍ଟେନର ଟ୍ରକର ପଛପଟକୁ ବସ୍‌ଟି ପଶି ଯାଇଥିଲା। ପରେ ଏକ ବିସ୍ଫୋରଣ ଘଟି ବସ୍‌ରେ ନିଆଁ ଲାଗିଯାଇଥିଲା। ଆଖପାଖର ଲୋକମାନେ ଅଧିକାଂଶ ଯାତ୍ରୀଙ୍କୁ ଜଳୁଥିବା ବସ୍‌ ଭିତରୁ ଠିକ୍‌ ସମୟରେ ବାହାର କରି ଆଣିଥିଲେ। କିନ୍ତୁ ଇନ୍ଦୋରର ୧୩ ବର୍ଷ ବୟସ୍କା ଦୁର୍ଗା ଏବଂ ୨୦ ବର୍ଷ ବୟସ୍କା ମାଧୋ ଏବଂ ଖାରଗୋନ ଜିଲ୍ଲାର ରୋହିତ ଦୁର୍ଘଟଣାଗ୍ରସ୍ତ ବସ୍‌ ଭିତରେ ଫସି ଯାଇ ମୃତ୍ୟୁବରଣ କରଥିବା ସେ କହିଛନ୍ତି।
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏହି ଘଟଣାରେ ଶୋକ ପ୍ରକାଶ କରବା ସହ ଆହତ ବ୍ୟକ୍ତିଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ସୁନିଶ୍ଚିତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଜଣେ ସରକାରୀ ଅଧିକାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe