ଡାକ୍ତରୀ ଆଡ୍‌ମିସନ୍‌ ଦୁର୍ନୀତି: ଅବସରପ୍ରାପ୍ତ ଓଡ଼ିଶା ହାଇକୋର୍ଟ ବିଚାରପତିଙ୍କୁ ଗିରଫ କଲା ସିବିଆଇ

Advertisment
ଡାକ୍ତରୀ ଆଡ୍‌ମିସନ୍‌ ଦୁର୍ନୀତି: ଅବସରପ୍ରାପ୍ତ ଓଡ଼ିଶା ହାଇକୋର୍ଟ ବିଚାରପତିଙ୍କୁ ଗିରଫ କଲା ସିବିଆଇ

Photo Courtesy

ନୂଆଦିଲ୍ଲୀ: ସୁପ୍ରମ୍‌ କୋର୍ଟଙ୍କ ବାରଣ ସତ୍ତ୍ୱେ ଘରୋଇ ମେଡିକାଲ୍‌ କଲେଜ୍‌ଗୁଡ଼ିକୁ ଏମ୍‌ବିବିଏସ୍‌ କୋର୍ସରେ ଛାତ୍ରଛାତ୍ରୀ ଗ୍ରହଣ କରିବାକୁ ସମର୍ଥ କରାଇଥିବା ଅଭିଯୋଗରେ ଗୁରୁବାର ଦିନ ସିବିଆଇ ଓଡ଼ିଶା ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ସମେତ ପାଞ୍ଚଜଣଙ୍କୁ ଗିରଫ କରିଛି।

ଏହି ମାମଲାରେ ସମ୍ପୃକ୍ତି ଅଭିଯୋଗରେ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତି ଇସ୍‌ରାତ୍‌ ମସ୍‌ରୂର୍‌ କୁଦ୍ଦୁସି, ମଧ୍ୟସ୍ଥ ବିଶ୍ୱନାଥ ଅଗ୍ରଓ୍ଵାଲ୍‌, ମେଡିକାଲ୍‌ କଲେଜ୍‌ର ମାଲିକ ବିପି ଯାଦବ ଓ ପଳାଶ ଯାଦବ ଏବଂ ହାଓ୍ଵାଲା ଅପରେଟର୍‌ ରାମ ଦେବ ସାରସ୍ୱତଙ୍କ ସିବିଆଇ ଗିରଫ କରିଛି।

କୁଦ୍ଦୁସି ଏବଂ ଅନ୍ୟ ଚାରି ଅଭିଯୁକ୍ତଙ୍କ ବିରୋଧରେ ଏଫ୍‌ଆଇଆର୍‌ ଦାଏର୍‌ କରିବା ପରେ ସିବିଆଇ ଦିଲ୍ଲୀ, ଲକ୍ଷ୍ନୌ ଏବଂ ଭୁବନେଶ୍ୱର ଆଠଟି ସ୍ଥାନରେ ବୁଧବାର ଦିନ ଚଢ଼ାଉ କରିଥିଲା।

ଦକ୍ଷିଣ ଦିଲ୍ଲୀର ଗ୍ରେଟର୍‌ କୈଳାସସ୍ଥିତ କୁଦ୍ଦୁସିଙ୍କ ବାସଭବନ ସମେତ ରେଡ୍‌ ବେଳେ ସିବିଆଇର ଗୁଇନ୍ଦାମାନେ ୧. ୯୧ କୋଟି ଟଙ୍କା ଜବତ କରିଛି।

ଘରୋଇ ଡାକ୍ତରୀ କଲେଜର କର୍ମକର୍ତ୍ତାଙ୍କୁ କୁଦ୍ଦୁସି କେବଳ ଆଇନ୍‌ଗତ ସହାୟତା ଦେଉ ନ ଥିଲେ ସୁପ୍ରିମ୍‌ କୋର୍ଟରେ ଚାଲିଥିବା ସେମାନଙ୍କ ମାମଲାକୁ ସୁହାଇଲା ଭଳି ଫଏସଲା କରାଇବାକୁ ପ୍ରତିଶ୍ରୁତି ଦେଇଥିବା ଅଭିଯୋଗ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe