ତେହେରାନର ନିକଟବର୍ତ୍ତୀ ଅଞ୍ଚଳରେ ଶୁକ୍ରବାର ରାତିରେ ୫ଟି ସ୍ଥାନ ବଡ଼ ବିସ୍ଫୋରଣ

ଶୁକ୍ରବାର ରାତି, ଶନିବାର ସକାଳୁ ସକାଳୁ ଇରାନ ଉପରେ ଜୋରଦାର ଆକ୍ରମଣ କରିଛି ଇସ୍ରାଏଲ । ପ୍ରତିଶୋଧ ନେବାକୁ ଇସ୍ରାଏଲ ପକ୍ଷରୁ ବଡ଼ ଧରଣର ଆକ୍ରମଣ । ହିଜବୁଲ୍ଲା ମୁଖ୍ୟ ହସନ ନସରୁଲ୍ଲାର ମୃତ୍ୟୁ ପରେ ଇରାନ ଇସ୍ରାଏଲ ଉପରେ ଶହ ଶହ କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା ।

 The Guardian

ନୂଆଦିଲ୍ଲୀ: ଶୁକ୍ରବାର ରାତି, ଶନିବାର ସକାଳୁ ସକାଳୁ ଇରାନ ଉପରେ ଜୋରଦାର ଆକ୍ରମଣ କରିଛି ଇସ୍ରାଏଲ । ପ୍ରତିଶୋଧ ନେବାକୁ ଇସ୍ରାଏଲ ପକ୍ଷରୁ ବଡ଼ ଧରଣର ଆକ୍ରମଣ । ହିଜବୁଲ୍ଲା ମୁଖ୍ୟ ହସନ ନସରୁଲ୍ଲାର ମୃତ୍ୟୁ ପରେ ଇରାନ ଇସ୍ରାଏଲ ଉପରେ ଶହ ଶହ କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା । ଆକ୍ରମଣର ୨୪ ଦିନ ପରେ ଏହି ଆକ୍ରମଣର ପ୍ରତିଶୋଧ ନେଇଛି ଆଇଡିଏଫ । 

ଇରାନର ରାଜଧାନୀ ତେହେରାନର ନିକଟବର୍ତ୍ତୀ ଅଞ୍ଚଳରେ ଶୁକ୍ରବାର ରାତିରେ ୫ଟି ସ୍ଥାନ ବଡ଼ ବିସ୍ଫୋରଣ କରାଯାଇଛି । ଇରାନର ସାମରିକ ବେସକୁ ମଧ୍ୟ ଟାର୍ଗେଟ କରିଛି ଇସ୍ରାଏଲ । ଇରାନର କ୍ରମାଗତ ଆକ୍ରମଣର ଜବାବରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଇରାନର ସାମରିକ ଟାର୍ଗେଟ ଉପରେ ଆକ୍ରମଣ କରୁଛି ବୋଲି ଆଇଡିଏଫ୍ କହିଛି ।

ସେପଟେ ରାଜଧାନୀ ତେହେରାନରେ ପରିସ୍ଥିତି ସ୍ୱାଭାବିକ ଥିବା ଇରାନ କହିଛି । ଏହି ଆକ୍ରମଣରେ ଇରାନର କେତେ ପରିମାଣର କ୍ଷୟକ୍ଷତି ହୋଇଛି ତାର ରିପୋର୍ଟ ସାମ୍ନାକୁ ଆସିନାହିଁ  ଆଇଡିଏଫ୍ ଦ୍ବାରା ହିଜବୁଲ୍ଲା ମୁଖ୍ୟ ହସନ ନସରୁଲ୍ଲାର ହତ୍ୟା ପରେ ଆକ୍ରମଣାତ୍ମକ ହୋଇପଡିଛି ଇରାନ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe