ଦିଲ୍ଲୀ ପିଜା ଡେଲିଭରି ବୟ ଭାଇରସ୍‌ ଆକ୍ରାନ୍ତ: ୭୨ ପରିବାର,୧୭ ଡେଲିଭରି ବୟ କ୍ବାରାଣ୍ଟିନ୍‌ରେ

ଦିଲ୍ଲୀ ପିଜା ଡେଲିଭରି ବୟ ଭାଇରସ୍‌ ଆକ୍ରାନ୍ତ: ୭୨ ପରିବାର,୧୭ ଡେଲିଭରି ବୟ କ୍ବାରାଣ୍ଟିନ୍‌ରେ

npnews24

ନୂଆଦିଲ୍ଲୀ: ଦିଲ୍ଲୀର ମାଲବ୍ୟ ନଗର ଅଞ୍ଚଳର ଜଣେ ପିଜା ଡେଲିଭରି ଭୟ କ‌ରୋନା ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। ସାବିତ୍ରୀ ନଗର ଅଞ୍ଚଳରେ ରହୁଥିବା ଏହି ପିଜା ଡେଲିଭରି ବୟଙ୍କ ଶରୀରରେ ଦୀର୍ଘ ୨୦ ଦିନ ହେବ କରୋନା ଭାଇରସ୍‌ର ଲକ୍ଷଣ ଦେଖାଦେଇଥିଲା। ତେବେ ସେ ନିକଟରେ ତାଙ୍କ ନମୁନା ପରୀକ୍ଷା କରିବା ପରେ ଏପ୍ରିଲ ୧୪ରେ କ‌ରୋନା ଆକ୍ରାନ୍ତ ଥିବା ଜାଣିପାରିଲେ। ଏହି ପିଜା‌ ଡେଲିଭରି ବୟଙ୍କ ସଂସ୍ପର୍ଶରେ ଆସିଥିବା ୭୧ଟି ପରିବାର ଏବେ କ୍ବାରାଣ୍ଟିନ୍‌ରେ ଅଛନ୍ତି। ଗତ ୨୦ ଦିନ ଧରି ସେ ହଜ୍‌ ଖାସ୍‌ ଅଞ୍ଚଳରେ ଯେଉଁ ସବୁ ସ୍ଥାନ ବୁଲିଥିଲେ କର୍ତ୍ତୃପକ୍ଷମାନେ ସେହି ଅଞ୍ଚଳର ୭୨ଟି ପରିବାରକୁ ଚିହ୍ନଟ କରିଛନ୍ତି ଏବଂ ସେମାନଙ୍କୁ କ୍ବାରାଣ୍ଟିନ୍‌ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ପିଜା ଡେଲିଭରି ବୟ ମଧ୍ୟ କିଛି ହସ୍ପିଟାଲ୍‌କୁ ଯାଇଥିଲେ। ତେବେ ୭୨ ପରିବାର ବାଦ୍‌ ପିଜା ଡେଲିଭରି ବୟଙ୍କ ସହ କାମ କରୁଥିବା ଅନ୍ୟ ୧୭ ଜଣ ପିଜା ଡେଲିଭରି ବୟଙ୍କୁ ମଧ୍ୟ କ୍ବାରାଣ୍ଟିନ୍‌ରେ ରଖାଯାଇଛି। ଅନ୍ୟପକ୍ଷେ ଫୁଡ୍‌ ଡେଲିଭରି ସର୍ଭିସ୍‌ ପ୍ରୋଭାଇଡର ଜମାଟୋ ଏକ ସ୍ପଷ୍ଟୀକରଣ ଜାରି କରି କହିଛି ଯେ, ସମ୍ପୃକ୍ତ ରେସ୍ତୋରାଁ ଜମାଟୋ ଦ୍ବାରା ଡେଲିଭରି କରାଇଛି। କିନ୍ତୁ ପିଜା ଡେଲିଭରି ସମୟରେ ଉକ୍ତ ବ୍ୟକ୍ତି ଜଣଙ୍କ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି କି ନା' ତାହା ଜଣାପଡ଼ିନି। ଜିଲ୍ଲାପାଳ ଡିଏମ୍‌ ମିଶ୍ରା କହିଛନ୍ତି, ପିଜା ଡେଲିଭରି ବୟ ଖାଦ୍ୟ ପହଞ୍ଚାଇଥିବା ୭୨ଟି ଘରକୁ ଚିହ୍ନଟ କରାଯାଇଛି ଏବଂ ସେମାନଙ୍କୁ କ୍ବାରା‌ଣ୍ଟିନ୍‌ରେ ରହିବାକୁ କୁହାଯାଇଛି। ଅନ୍ୟାନ୍ୟ ସତର୍କତା ମଧ୍ୟ ଗ୍ରହଣ ହୋଇଛି ବୋଲି ସେ କହିଛନ୍ତି। ଭାଇରସ୍‌ ଆକ୍ରାନ୍ତ ହୋଇଥିବା ପିଜା ଡେଲିଭରି ବୟ ଏକ ହସ୍ପିଟାଲ୍‌ରେ ଏବେ ଚିକିତ୍ସାଧୀନ ଅଛନ୍ତି। ତେବେ ତାଙ୍କର ସମସ୍ତ ସହକର୍ମୀଙ୍କ ନମୁନା ରିପୋର୍ଟ ନେଗେଟିଭ୍‌ ଆସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe