ଦିଲ୍ଲୀରେ ହାଇ ଆଲର୍ଟ: ସ୍ବାଧୀନତା ଦିବସ ପୂର୍ବରୁ ଡ୍ରୋନ୍‌ ଆକ୍ରମଣ ଆଶଙ୍କା

Advertisment
ଦିଲ୍ଲୀରେ ହାଇ ଆଲର୍ଟ: ସ୍ବାଧୀନତା ଦିବସ ପୂର୍ବରୁ ଡ୍ରୋନ୍‌ ଆକ୍ରମଣ ଆଶଙ୍କା

Wikismartchoice

ନୂଆଦିଲ୍ଲୀ: ଦିଲ୍ଲୀରେ ପାକିସ୍ତାନୀ ଆତଙ୍କବାଦୀ ଗୋଷ୍ଠୀ ଏକ ବଡ଼ ଧରଣର ଆକ୍ରମଣ ଯୋଜନା କରିଛନ୍ତି। ଆଗକୁ ସ୍ବାଧୀନତା ଦିବସ ଥିବାବେଳେ ଦିଲ୍ଲୀରେ ଡ୍ରୋନ୍‌ ଆକ୍ରମଣ ହେବାର ଆଶଙ୍କା ଅଛି। ସୁରକ୍ଷା ସଂସ୍ଥା ପକ୍ଷରୁ ଏନେଇ ସତର୍କ କରାଯାଇଛି ଏବଂ ଦିଲ୍ଲୀରେ ହାଇ ଆଲର୍ଟ ଜାରି ହୋଇଛି। ପାକିସ୍ତାନ ଆତଙ୍କବାଦୀ ଗୋଷ୍ଠୀ ବିସ୍ଫୋରକ ବୋଝେଇ ଡ୍ରୋନ୍‌ ଦ୍ବାରା ଆକ୍ରମଣ କରିପାରନ୍ତି। ସେମାନେ ବିଭିନ୍ନ ପ୍ରମୁଖ ପ୍ରତିଷ୍ଠାନକୁ ଟାର୍ଗେଟ୍‌ କରିପାରନ୍ତି ଏବଂ ଦିଲ୍ଲୀରେ ସ୍ବାଧୀନତା ଦିବସ ଉତ୍ସବରେ ବାଧା ସୃଷ୍ଟି କରିପାରନ୍ତି। ଅଗଷ୍ଟ ୫ ତାରିଖରେ ଜମ୍ମୁ କାଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରିଥିବା ଧାରା ୩୭୦ ଉଚ୍ଛେଦ ହୋଇଥିଲା। ଏହିଦିନ ପାକିସ୍ତାନୀ ଆତଙ୍କବାଦୀ ଗୋଷ୍ଠୀ ଆକ୍ରମଣ କରିପାରନ୍ତି ବୋଲି ସୁରକ୍ଷା ସଂସ୍ଥା ପକ୍ଷରୁ ସତର୍କ କରାଯାଇଛି। ଆଗାମୀ କିଛି ଦିନରେ ଆତଙ୍କବାଦୀ ଗୋଷ୍ଠୀ ଦିଲ୍ଲୀରେ ବିଶୃଙ୍ଖଳା ସୃଷ୍ଟି କରିବାପାଇଁ ଏକ ବଡ଼ ଧରଣର ଷନଯନ୍ତ୍ର କରିଛନ୍ତି।

ଦିଲ୍ଲୀ ପୁଲିସ ଏନେଇ ସର୍ବାଧିକ ସତର୍କ ରହିବାପାଇଁ ସୁରକ୍ଷା ସଂସ୍ଥା ପକ୍ଷରୁ କୁହାଯାଇଛି। ଜମ୍ମୁରେ ଡ୍ରୋନ୍‌ ଆକ୍ରମଣ ପରେ ଦିଲ୍ଲୀ ପୁଲିସ କମିସନର ବାଲାଜୀ ଶ୍ରୀବାସ୍ତବ ଡିସିପି ଏବଂ ଯୁଗ୍ମ ପୁଲିସ କମିସନର ଏବଂ ଦିଲ୍ଲୀର ସମସ୍ତ ଜିଲ୍ଲାର ଗୁଇନ୍ଦା ବିଭାଗ ଅଧିକାରୀଙ୍କୁ ସତର୍କ ରହିବାପାଇଁ କହିଛନ୍ତି। ଦିଲ୍ଲୀ ପୁଲିସ ଦ୍ବାରା ଏକ ସ୍ବତନ୍ତ୍ର କଣ୍ଟ୍ରୋଲ୍‌ ରୁମ୍‌ ସୃଷ୍ଟି ହୋଇଛି। ଐତିହାସିକ ଲାଲ୍‌କୀଲାରେ ଚଳିତ ଥର ୪ ଆଣ୍ଟିଡ୍ରୋନ୍‌ ସିଷ୍ଟମ୍‌ ମୁତୟନ ହୋଇଛି। ଗତବର୍ଷ ୨ଟି ଆଣ୍ଟିଡ୍ରୋନ୍‌ ସିଷ୍ଟମ୍‌ ଲାଗିଥିଲା। ପ୍ରଥମ ଥର ପାଇଁ ଦିଲ୍ଲୀ ପୁଲିସ ଏବଂ ଅନ୍ୟ ସୁରକ୍ଷା ସଂସ୍ଥାକୁ ସ୍ବତନ୍ତ୍ର ତାଲିମ ଦିଆଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe