Zee News
ନୂଆଦିଲ୍ଲୀ: ମୁସଲମାନ ସଂପ୍ରଦାୟର ପବିତ୍ର ପର୍ବ ‘ଇଦ’ ଜୁନ୍ ୫ (ବୁଧବାର) ପାଳନ ହେବ। ଜାମା ମସ୍ଜିଦ୍ର ଶାହୀ ଇମାମ୍ ସୟଦ ଅହମଦ୍ ବୁଖାରୀ ବୁଧବାର ଏହି ଘୋଷଣା କରିଛନ୍ତି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ମଙ୍ଗଳବାର ସନ୍ଧ୍ୟାରେ ଇଦ ଚାନ୍ଦ ଦେଖାଯାଇଥିଲା। ଇଦ ପର୍ବ ଉତ୍ସାହର ସହିତ ଦେଶବ୍ୟାପୀ ପାଳନ ହେବ। ଏହି ସୂଚନା ମିଳିବା ପରେ ମୁସଲମାନ୍ ସଂପ୍ରଦାୟର ଲୋକେ ରୋଜା ଭାଙ୍ଗିଛନ୍ତି। ମୁସଲିମ୍ ବହୁଳ ଅଂଚଳରେ ଖୁସିରେ ଆତସବାଜୀ ପ୍ରଦର୍ଶନ ମଧ୍ୟ ହୋଇଛି। ଏହା ପରେ ଜଣେ ଅନ୍ୟ ଜଣଙ୍କୁ ଆଲିଙ୍ଗନ କରି ‘ଇଦ’ ଶୁଭେଚ୍ଛା ଜଣାଇଛନ୍ତି। ଏହା ପୂର୍ବରୁ ରୋଜା ରଖୁଥିବା ମୁସଲ୍ମାନ ଭାଇମାନେ ଛାତ ଉପରକୁ ଚଢ଼ି ଚାନ୍ଦ ଦେଖିବାକୁ ବହୁ ସମୟ ଦେଇଥିଲେ। ଆକାଶ ନିର୍ମଳ ଥିଲା। ଏଥି ପାଇଁ ଅଳ୍ପ ସମୟ ମଧ୍ୟରେ ଚାନ୍ଦ ସହଜରେ ଦେଖାଯାଇଥିଲା।
ଓଡ଼ିଶାରେ ବି ପାଳନ ହେବ ଇଦ୍
ସମଗ୍ର ଦେଶ ସହିତ ଓଡ଼ିଶାରେ ମଧ୍ୟ ବୁଧବାର ପବିତ୍ର ଇଦ୍ ପାଳନ ହେବ। କଟକ ଅଞ୍ଜୁମନ ଇସ୍ଲାମିଆ ଚାନ୍ଦ କମିଟି ପକ୍ଷରୁ ଏହା ଘୋଷଣା କରାଯାଇଛି। ଚାନ୍ଦ ଦିଶିବା ପରେ ମୁସଲ ସଂପ୍ରଦାୟର ଲୋକେ ରୋଜା ଭାଙ୍ଗିଛନ୍ତି।
Follow Us