ପୁନେ: ନାସିକ୍ରେ ଏକ ବସ୍ ଏବଂ ଅଟୋ ରିକ୍ସା ମଧ୍ୟରେ ଧକ୍କା ହେବା ପରେ ଉଭୟ ଯାନ ଏକ କୂଅକୁ ଖସି ପଡ଼ିବା ଫଳରେ ୨୦ ଜଣଙ୍କର ମୃତ୍ୟୁ ହୋଇଛି। ୨୮ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଆଜି ସନ୍ଧ୍ୟାରେ ମାଲେଗାଁଓ-ଦେଓଳା ରାସ୍ତାରେ ଏକ ବସ୍ ଏବଂ ଅଟୋ ରିକ୍ସା ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏହାପରେ ଉଭୟ ବସ୍ ଓ ଅଟୋ ରିକ୍ସା ରାସ୍ତା ପାର୍ଶ୍ବରେ ଥିବା ଏକ ବଡ଼ କୂଅ ମଧ୍ୟକୁ ଖସି ପଡ଼ିଥିଲା । ସ୍ଥାନୀୟ ଜନତା ଏବଂ ପୁଲିସ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ କରାଯାଇଥିଲା। ଦୁର୍ଘଟଣାଗ୍ରସ୍ତ ବସ୍ଟି ରାଜ୍ୟ ପରିବହନ ବିଭାଗର ଏବଂ ଏହା ଧୁଲେରୁ କଲ୍ୟାଣ ଅଭିମୁଖେ ଯାତ୍ରା କରୁଥିଲା।
ଦୁର୍ଘଟଣା ପରେ କୂଅକୁ ଖସିଲା ବସ୍, ୨୦ ମୃତ
Advertisment
Follow Us