ଦୁର୍ଦ୍ଦାନ୍ତ ମାଓ ଦମ୍ପତିଙ୍କୁ ବାନ୍ଧିଲା ଏଟିଏସ୍

ଦୁର୍ଦ୍ଦାନ୍ତ ମାଓ ଦମ୍ପତିଙ୍କୁ ବାନ୍ଧିଲା ଏଟିଏସ୍

ଭୋପାଳ: ଏଟିଏସ କବଜାରେ ମାଓ ଦମ୍ପତି। ବରିଷ୍ଠ ମାଓବାଦୀ ଅଶୋକ ରେଡ୍ଡୀ ଓରଫ ବଳଦେବ ଏବଂ ତାଙ୍କ ପତ୍ନୀ ରାମୀ ଓରଫ କୁମାରୀ ପୋଟେନା ଗିରଫ। ଗତ ୨୧ ତାରିଖରେ ଉଭୟଙ୍କୁ ଜବଲପୁରରୁ ଗିରଫ କରାଯାଇଛି।

ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇବା ପରେ ଏଟିଏସ୍ ଟିମ୍ ଚଢ଼ାଉ କରିବା ଦୁଇ ଫେରାର ମାଓବାଦୀଙ୍କୁ ଜବଲପୁରରୁ ଗିରଫ କରିବାରେ ସଫଳ ହୋଇଥିଲା।। ତେଲେଙ୍ଗାନାର ଗୋଲକୋଣ୍ଡା ଅଞ୍ଚଳର ଅଶୋକ ରେଡ୍ଡୀଙ୍କ ବୟସ ୬୨ ବର୍ଷ ହୋଇଥିବା ବେଳେ ଛତିଶଗଡ଼ର ତାଙ୍କ ସ୍ତ୍ରୀ କୁମାରୀ ପୋଟେନାଙ୍କ ବୟସ ୪୩ ବର୍ଷ ବୋଲି ଜଣାଯାଇଛି। ଅଶୋକ ରେଡ୍ଡୀ ନିଷିଦ୍ଧ ସଂଗଠନ ସିପିଆଇ (ମାଓବାଦୀ)ର ଦାଣ୍ଡକାରଣ୍ୟ ସ୍ୱତନ୍ତ୍ର ଜୋନାଲ କମିଟିର ସଦସ୍ୟ ହୋଇଥିବାବେଳେ ତାଙ୍କ ପତ୍ନୀ ରାମୀ ଉତ୍ତର ବସ୍ତର ଅଞ୍ଚଳରେ ମାଓବାଦୀ ସାହିତ୍ୟ ଏବଂ ପାମ୍ପଲେଟ୍ ପାଇଁ ସାମ୍ବାଦିକ ଭାବରେ କାର୍ଯ୍ୟ କରୁଛନ୍ତି। ସେ ପାମ୍ପଲେଟ୍, ପ୍ରେସ୍ ରିଲିଜ୍, ବ୍ୟାନର, ପୋଷ୍ଟର ଇତ୍ୟାଦି ପ୍ରିଣ୍ଟିଙ୍ଗ୍ ଆଦି କାମ କରିଥାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe