Hindustan
ନୂଆଦିଲ୍ଲୀ: ନିତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାରଙ୍କୁ ଆଜି ନିର୍ବାଚନ କମିସନ ଭର୍ତ୍ସନା କରିଛନ୍ତି। କଂଗ୍ରେସର ‘ନ୍ୟାୟ’ ବା ନ୍ୟୂନତମ ଆୟ ଯୋଜନା ଉପରେ ସେ ଦେଇଥିବା ମନ୍ତବ୍ୟ ଉପରେ ନିର୍ବାଚନ କମିସନ ଅସନ୍ତୋଷ ବ୍ୟକ୍ତ କରିବା ସହିତ ଏହା ନିର୍ବାଚନ ଆଚରଣବିଧିର ଉଲ୍ଲଂଘନ କରୁଛି ବୋଲି କହିଛନ୍ତି। ନିର୍ବାଚନ ଜିତିବା ପାଇଁ କଂଗ୍ରେସ ଏଭଳି ପ୍ରତିଶ୍ରୁତି ଦେଉଛି। ପ୍ରସ୍ତାବିତ ଯୋଜନା ଅର୍ଥନୈତିକ ପରୀକ୍ଷା, ବିତ୍ତୀୟ ଶୃଙ୍ଖଳା ଏବଂ କାର୍ଯ୍ୟକାରିତା ପରୀକ୍ଷାରେ ବିଫଳ ହେବ ବୋଲି ସେ ଟ୍ବିଟ୍ କରିଥିଲେ। ଆଦର୍ଶ ଆଚରଣବିଧି ଅନୁଯାୟୀ ସବୁ ସରକାରୀ ଚାକିରିଆ ନିର୍ବାଚନ ପ୍ରକ୍ରିୟାର ପବିତ୍ରତା ରକ୍ଷା କରିବା ଉଚିତ। ଆଚରଣ ଏବଂ ଉଚ୍ଚାରଣରେ ସରକାରୀ ଚାକିରିଆମାନେ ନିରପେକ୍ଷ ରହିବା ଉଚିତ ବୋଲି କମିସନ ମତ ଦେଇଛନ୍ତି।
Follow Us