Image Courtesy of HT
ଲଣ୍ଡନ: ପ୍ରତ୍ୟାର୍ପଣ ମାମଲାର ବିଚାର ପାଇଁ ଆଜି ଦିନ ଅଦାଲତରେ ହାଜର ହୋଇଥିଲେ ବିଜୟ ମାଲ୍ୟା। କିନ୍ତୁ ତାଙ୍କ ଓକିଲ ଯୁକ୍ତି ଉପସ୍ଥାପନ ଶେଷ କରି ନ ପାରିବା ଯୋଗୁଁ ରାୟ ଅମୀମାଂସିତ ରହିଛି।
ଭାରତ ସରକାର ଉପସ୍ଥାପନ କରିଥିବା ଅଧିକାଂଶ ପ୍ରମାଣର ଗ୍ରହଣୀୟତା ବିରୋଧରେ ତାଙ୍କର ଓକିଲ ଟିମ୍ ଯୁକ୍ତି ଉପସ୍ଥାନପ କରିବାକୁ ଚାହିଁବାରୁ ମାଲ୍ୟା ଲଣ୍ଡନସ୍ଥିତ େଓ୍ଵଷ୍ଟ୍ମିନ୍ଷ୍ଟର୍ ମାଜିଷ୍ଟ୍ରେଟ୍ଙ୍କ ଅଦାଲତକୁ ଆସିଥିଲେ।
ଆଜିର ଶୁଣାଣି ଚୂଡ଼ାନ୍ତ ବୋଲି ଆଶା କରାଯାଉଥିଲେ ମଧ୍ୟ ଓକିଲମାନେ ଯୁକ୍ତି ଉପସ୍ଥାପନ କରିବା ଶେଷ କରି ନ ପାରିବାରୁ ତାହା ଅମୀମାଂସିତ ରହିଲା। ମାଲ୍ୟାଙ୍କ ତରଫରୁ ଓକିଲ କ୍ଲେୟାର୍ ମଣ୍ଟୋଗୋମେରି କହିଥିଲେ କି, ଭାରତ ତରଫରୁ ଯୋଗାଇ ଦିଆ ଯାଇଥିବା ପ୍ରମାଣ ବିଶ୍ୱାସଯୋଗ୍ୟ ନୁହେଁ।
ପରବର୍ତ୍ତୀ ଶୁଣାଣି ପାଇଁ କୌଣସି ତାରିଖ ଧାର୍ଯ୍ୟ କରାଯାଇ ନ ଥିଲେ ମଧ୍ୟ ଆଗାମୀ ତିନି ସପ୍ତାହ ମଧ୍ୟରେ ଶୁଣାଣି ହୋଇପାରେ ବୋଲି କୁହାଯାଉଛି। ସେତେବେଳେ ଭାରତ ତରଫରୁ ଓକିଲ ମାର୍କ ସମର୍ସ ମଣ୍ଟେଗୋମେରି ଦାବି କରିଥିବା କଥାକୁ ଖଣ୍ଡନ କରିବେ।
ତେଣୁ, ବିଚାରପତି ବିଜୟ ମାଲ୍ୟାଙ୍କୁ ଏପ୍ରିଲ୍ ଦୁଇ ତାରିଖ ଯାଏଁ ଜାମିନ ମଞ୍ଜୁର କରିଛନ୍ତି।
Follow Us