ବାରାମୁଳାରେ ଆତଙ୍କବାଦୀ ଆକ୍ରମଣ: ୩ ଯବାନ ସହିଦ, ୨ ଆତଙ୍କବାଦୀ ନିପାତ

Advertisment

Terrorist attack in Baramulla

Terrorist attack in Baramulla

ସେନାକୁ ବଡ଼ ସଫଳତା, ହିଜବୁଲ କମାଣ୍ଡର ମୁନିର ହୁସେନ ନିପାତ

New Indian Express

ଶ୍ରୀନଗର: ଜମ୍ମୁ କାଶ୍ମୀରର ବାରାମୁଳା ଜିଲ୍ଲାରେ ଆଜି ଆତଙ୍କବାଦୀଙ୍କ ଆକ୍ରମଣରେ ୩ ଜଣ ଯବାନ ସହିଦ ହୋଇଛନ୍ତି। ବାରାମୁଳା ଜିଲ୍ଲାର କ୍ରିରି କ୍ଷେତ୍ରରେ ସିଆରପିଏଫ୍‌ ଓ ଜମ୍ମୁ କାଶ୍ମୀର ପୁଲିସର ମଳିତ ଚଢ଼ଉ ସମୟରେ ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ହଠାତ୍‌ ଗୁଳି ଚଳାଇଥିଲେ। ଏଥିରେ ଜମ୍ମୁ କାଶ୍ମୀର ପୁଲିସର ଜଣେ ସ୍ବତନ୍ତ୍ର ଅଧିକାରୀ ଘଟଣା ସ୍ଥଳରେ ଟଳି ପଡ଼ିଥିବ‌ାବେଳେ ଆହତ ସିଆରପିଏଫ୍‌ ଯବାନ ଦ୍ବୟଙ୍କୁ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ସେଠାରେ ସେମାନଙ୍କ ପ୍ରାଣବାୟୁ ଉଡ଼ିଯାଇଛି। ଏହି ଆକ୍ରମଣପରେ ସୁରକ୍ଷା ବାହିନୀ ପକ୍ଷରୁ ତୁରନ୍ତ ସେହି ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା। ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇଜଣ ଆତଙ୍କବାଦୀ ନିପାତ ହୋଇଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe