ବିକାନୀରରେ ଦିଲ୍ଲୀ ମହିଳାଙ୍କୁ ଗଣ ଦୁଷ୍କର୍ମ

Advertisment
ବିକାନୀରରେ ଦିଲ୍ଲୀ ମହିଳାଙ୍କୁ ଗଣ ଦୁଷ୍କର୍ମ

ନୂଆଦିଲ୍ଲୀ: ଦିଲ୍ଲୀର ଜଣେ ମହିଳା ରାଜସ୍ଥାନର ବିକାନେରରେ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ୨୮ ବର୍ଷିୟା ମହିଳା ଜଣକ ବିକାନେରର ରିଡମାଲସର ପୁରୋହିତନରେ ସେ କିଣିଥିବା ଏକ ଜାଗା ଦେଖିବାପାଇଁ ଯାଇଥିଲେ। କିନ୍ତୁ ସେଠାରୁ ଫେରିବା ବାଟରେ ସେ ଜୟପୁର ରୋଡ୍‌ରେ ଗାଡ଼ିକୁ ଅପେକ୍ଷା କରିଥିବା ସମୟରେ ୨ ଜଣ ଯୁବକ ତାଙ୍କୁ ଏକ ଏସୟୁଭି ମଧ୍ୟକୁ ଉଠାଇ ନେଇ ଦୁଷ୍କର୍ମ କରିଥିଲେ। ମହିଳା ଜଣକ ୨୩ ଜଣଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ତାଙ୍କ ଏତଲାରେ ଲେଖିଛନ୍ତି। ସେ କହିଛନ୍ତି ପ୍ରଥମେ ଦୁଇଜଇ ଦୁଷ୍କର୍ମ କରିବାପରେ ଅଧିକ ୬ଜଣ ଏବଂ ଏହାପରେ ତାଙ୍କୁ ପାଲାନା ଗ୍ରାମର ଏକ ସରକାରୀ ପାଓ୍ଵାର ସବଷ୍ଟେସନ୍‌କୁ ନିଆଯାଇ ସେଠାରେ ଅଧିକରୁ ଅଧିକ ଲୋକଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିଷଲ । ଏଫଆଇଆରରୁ ଜଣାଯାଇଛି ଯେ ଦୁଇ ଜଣ ଯୁବକ ତାଙ୍କୁ ଯେଉଁ ସ୍ଥାନରୁ ନେଇଥିଲେ ସେହି ସ୍ଥାନରେ ଆଣି ଛାଡ଼ିଦେଇଥିଲେ। ପୁଲିସ ଏଥିନେଇ ଦୁଇଜଣ ସନ୍ଦିଗ୍ଧ ଅଭିଯୁକ୍ତ ଏବଂ ଅନ୍ୟ ୨୧ ଜଣଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜ୍ଜୁ କରିଛନ୍ତି। ସିଆରପିସିର ଧାରା ୧୬୪ ଅଧିନରେ ସେ ଜଣେ ମାଜିଷ୍ଟ୍ରେଟ୍‌ଙ୍କ ପାଖରେ ତାଙ୍କ ବୟାନ ରେକର୍ଡ କରିଛନ୍ତି। ଜେଏନଭିସି ପୁଲିସ ଷ୍ଟେସନର ଷ୍ଟେସନ ହାଉସ ଅଫିସର ହରଜିନ୍ଦର ସିଂହ କହନ୍ତି ଯେ ୨ ଅଭିଯୁକ୍ତଙ୍କ ନାଁ ରାଜୁ ଏବଂ ସୁଭାଷ। ମହିଳା ଜଣକ ମଧ୍ୟ ଏଫଆଇଆରରେ ଏକ ଗାଡ଼ିର ରେଜିଷ୍ଟ୍ରେସନ ନମ୍ବର ଏବଂ ଏଥିସହ ଦୁଇଟି ମୋବାଇଲ୍‌ ନମ୍ବର ଦେଇଛନ୍ତି। ସିଂହ କହିଛନ୍ତି ଯେ ମହିଳା ଜଣକ ବିକାନେର ପୁଲିସ ମୁଖ୍ୟଙ୍କୁ ଭେଟିଥିଲେ ଏବଂ ଏସପି ଅଫିସ ଜରିଆରେ ତାଙ୍କ ଅଭିଯୋଗ ଆସିଥିଲା। ତେବେ ମାମଲାରେ ପୁଲିସ କାହାକୁ ଗିରଫ କରିନାହିଁ। ଏନସିଆରବି ଅନୁଯାୟୀ ରାଜସ୍ଥାନରେ ଦେଶରେ ତୃତୀୟ ସର୍ବାଧିକ ଦୁଷ୍କର୍ମ ମାମଲା ରହିଥିବା ଜଣାଯାଇଛି। ୨୦୧୫ର ରିପୋର୍ଟ ଅନୁଯାୟୀ ରାଜସ୍ଥାନରେ ୩,୬୪୪ ଦୁଷ୍କର୍ମ ମାମଲା ରୁଜ୍ଜୁ ହୋଇଥିଲା। ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ର ପରେ ଏହା ମହିଳାମାନଙ୍କ ତୃତୀୟ ଅସୁରକ୍ଷିତ ସ୍ଥାନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe