Image Courtesy of Deccan Chronilce
ନୂଆଦିଲ୍ଲୀ: ବିମୁଦ୍ରାୟନର ପ୍ରଥମ ବାର୍ଷିକୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଦିନ ଟୁଇଟର୍ରେ ‘ନୋଟ୍ ବ୍ୟାନ୍’ର ସଫଳତା ବାଣ୍ଟିଛନ୍ତି।
ସେ ଟୁଇଟ୍ କରିଛନ୍ତି: ଦୁର୍ନୀତି ଏବଂ କଳାଟଙ୍କାର ବିଲୋପ ନିମନ୍ତେ ସରକାର ଗ୍ରହଣ କରିଥିବା କେତେଗୁଡ଼ିଏ ପଦକ୍ଷେପକୁ ଦୃଢ଼ ସମର୍ଥନ କରିଥିବାରୁ ମୁଁ ଭାତରର ଜନଗଣଙ୍କ ସମ୍ମୁଖରେ ନତମସ୍ତକ।
ବିମୁଦ୍ରାୟନର ଉପକାର ବିଷୟକ ଏକ କ୍ଷୁଦ୍ର ଚଳଚ୍ଚିତ୍ର ମଧ୍ୟ ମୋଦି ସେୟାର କରିଛନ୍ତି।
ମୋଦି କହିଲେ ୧୨୫ କୋଟି ଜନତା ଏକ ନିର୍ଣ୍ଣାୟକ ଯୁଦ୍ଧରେ ଲଢ଼ି ବିଜୟୀ ହୋଇଛନ୍ତି।
ବିମୁଦ୍ରାୟନ ମାମଲାରେ ଲୋକମାନଙ୍କର ପ୍ରସ୍ତାବ ଜାଣିବାକୁ ନିଜ ଟୁଇଟ୍ ହ୍ୟାଣ୍ଡଲ୍ରେ ପ୍ରଧାନମନ୍ତ୍ରୀ ପ୍ରଥମ ଥର ପାଇଁ ଏକ ସର୍ବେକ୍ଷଣ ବ୍ୟବସ୍ଥା କରାଇଛନ୍ତି।
ଦୁର୍ନୀତି ଓ କଳାଟଙ୍କାର ବିଲୋପନ ନିମନ୍ତେ ନଭେମ୍ବର ୮ ତାରିଖ, ୨୦୧୬ ମସିହାରେ ମୋଦି ସରକାର ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍ ପ୍ରସାରଣରୁ ପ୍ରତ୍ୟାହାର କରି ନେଇଥିଲେ।
ନଭେମ୍ବର ୮ ତାରିଖକୁ ବିଜେପି ‘କଳାଟଙ୍କା ନିରୋଧୀ ଦିବସ’ ଭାବେ ପାଳନ କରୁଥିବାବେଳେ ଏକାଧିକ ବିରୋଧୀ ଦଳ ଏହି ଦିନକୁ ‘କଳା ଦିବସ’ ଭାବେ ପାଳନ କରୁଛନ୍ତି।
Follow Us