ବେଆଇନ ଅର୍ଥ ନେଣଦେଣ ମାମଲା: କମଳନାଥଙ୍କ ବିରୋଧରେ ଖୁବ୍‌ ଶୀଘ୍ର ସିବିଆ‌ଇ ତଦନ୍ତ ହେବ

Advertisment
ବେଆଇନ ଅର୍ଥ ନେଣଦେଣ ମାମଲା: କମଳନାଥଙ୍କ ବିରୋଧରେ ଖୁବ୍‌ ଶୀଘ୍ର ସିବିଆ‌ଇ ତଦନ୍ତ ହେବ

ଭୋପାଳ: ବେଆଇନ ଅର୍ଥ ନେଣଦେଣ ମାମଲାରେ ଖୁବ୍‌ ଶୀଘ୍ର ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ବିରୋଧରେ ସିବିଆଇ ତଦନ୍ତ ହେବ। ଚଳିତ ଲୋକସଭା ନିର୍ବାଚନରେ କମଳନାଥ ବେଆଇନ ଅର୍ଥ ନେଣଦେଣ କାରବାରରେ ସମ୍ପୃକ୍ତ ଥିଲେ ବୋଲି ଅଭିଯୋଗ ହୋଇଛି। ଏନେଇ ନିର୍ବାଚନ କମିସନଙ୍କ ଦ୍ବାରା ଅଭିଯୋଗ ହେବାପରେ ସିବିଆ‌ଇ ଏବେ ଏହି ମାମଲାରେ ଖୋଳତାଡ଼ ଆରମ୍ଭ କରିଛି। ଖୁବ୍‌ଶୀଘ୍ର ସିବିଆଇ ଏହି ମାମଲାରେ ତଦନ୍ତ ଆରମ୍ଭ କରିବ ବୋଲି ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି। କମଳନାଙ୍କ ବିରୋଧରେ ଆସିଥିବା ଅଭିଯୋଗରୁ ଜଣାପଡ଼ିଛି ଯେ ମଧ୍ୟପ୍ରଦେଶ ସରକାରର ବିଭିନ୍ନ ବିଭାଗରୁ ବେଆଇନ ଭାବେ ଟଙ୍କା ସଂଗ୍ରହ କରାଯାଇଛି ଏବଂ ଏହାକୁ କଂଗ୍ରେସ ପ୍ରାର୍ଥୀମାନଙ୍କୁ ଦିଆଯିବା ସହ ଦଳର ମୁଖ୍ୟାଳୟକୁ ମଧ୍ୟ ପଠାଯାଇଛି। ସେହିପରି ହାୱଲା ଚ୍ୟାନେଲ୍‌ ମାଧ୍ୟମରେ ମଧ୍ୟ ଟଙ୍କା ସଂଗ୍ରହ କରାଯାଇଛି ବୋଲି ଅଭିଯୋଗ ହୋଇଛି। ବେଆଇନ ଉପାୟ‌ରେ ଟଙ୍କା ସଂଗ୍ରହ ହୋଇ ନିର୍ବାଚନରେ ଖର୍ଚ୍ଚ କରାଯାଇଛି ବୋଲି କୁହାଯାଉଛି। ଉଲ୍ଲେଖଯୋଗ୍ୟ ଗତ ଏପ୍ରିଲ ମାସରେ ଆୟକର ବିଭାଗ ଦ୍ବାରା କମଳନାଥଙ୍କ ଘନିଷ୍ଠ ସହଯୋଗୀଙ୍କର ପ୍ରାୟ ୫୦ରୁ ଅଧିକ ସ୍ଥାନରେ ଚଢ଼ଉ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe