Image Courtesy of TOI
ନୂଆଦିଲ୍ଲୀ: ମନେହୁଏ ‘ସେବା ଏବଂ ଦ୍ରବ୍ୟ କର’ (ଜିଏସ୍ଟି)ର ଜଟିଳତାକୁ ଶାସକ ଦଳର ମନ୍ତ୍ରୀମାନଙ୍କୁ ମଧ୍ୟ ବାଉଳା କରି ପକାଇଛି। ବୁଧବାର ଦିନ ମଧ୍ୟପ୍ରଦେଶର ଜଣେ ବିଜେପି ବିଧାୟକ କହିଲେ, ଜିଏସ୍ଟି କିପରି କାମ କରୁଛି କେବଳ ସେ ନୁହନ୍ତି, ଆକାଉଣ୍ଟିଙ୍ଗ୍ ଏକ୍ସପର୍ଟମାନେ ମଧ୍ୟ ବୁଝିବାକୁ ଅସମର୍ଥ।
ବିଧାୟକ ଧୁର୍ବେ କହିଛନ୍ତି: ଜିଏସ୍ଟି କ’ଣ ମୁଁ ନିଜେ ବୁଝି ପାରୁ ନାହିଁ, ତେଣୁ ସେ ବିଷୟରେ କ’ଣ କହିବି। ବଡ଼ ବଡ଼ ଚାଟାର୍ଡ ଆକାଉଣ୍ଟାଣ୍ଟ୍ ବୁଝି ପାରୁ ନାହାନ୍ତି, ବ୍ୟବସାୟୀମାନେ ବୁଝି ପାରୁ ନାହାନ୍ତି।
ନୂତନ ଟିକସ ପ୍ରଣାଳୀକୁ ବୁଝିବାକୁ ସମୟ ଲାଗିବ ବୋଲି ପରେ ସେ ସ୍ପଷ୍ଟି କରଣ ଦେଇଥିଲେ।
ବୁଝା ବୁଝିର ପାଠ। କ୍ରମେ ସବୁ ବୁଝିଗଲେ ସବୁ ସରଳ ଲାଗିବ, ଆଶ୍ୱସ୍ତି ଲାଗିବ ବୋଲି ସେ ଆହୁରି କହିଛନ୍ତି।
ଜଟିଳତା ପାଇଁ ଏ ବର୍ଷରେ ପ୍ରଚଳନ କରାଯାଇଥିବା ଟିକସ ପ୍ରଣାଳୀ ସମାଲୋଚନାର ସରବ୍ୟ ହୋଇଛି।
ବୁଧବାର ଦିନ କଂଗ୍ରେସ ଉପାଧ୍ୟକ୍ଷ ରାହୁଳ ଗାନ୍ଧୀ କହିଥିଲେ ର’ ଠ’ କରି ଧାରଣା କରି ତରବରିଆ ଭାବେ ଜିଏସ୍ଟି ପ୍ରଚଳନ କରାଯାଇ ଥିବାରୁ ଦେଶର ଅର୍ଥନୀତିକୁ ଆଉ ଏକ ଧକ୍କା ଲାଗିଛି।
ଅମଲାତାନ୍ତ୍ରିକ ଏବଂ ଜଟିଳ ହୋଇ ଥିବାରୁ ଜିଏସ୍ଟି ଆୟପନ୍ଥାକୁ ଉଚ୍ଛନ୍ନ କରି ଦେଇଛି। କଠୋର ନିୟନ୍ତ୍ରଣ ଲାଗୁକରି ଏହା ସରକାରୀ ଅଧିକାରୀଙ୍କୁ ବିପୁଳ କ୍ଷମତା ଦେଇଥିବା ଜିଏସ୍ଟି ହେଉଛି ଆଧୁନିକ ସମୟର ଲାଇସେନ୍ସ୍ ରାଜ୍ ସୃଷ୍ଟିକରିଛି। ବିମୁଦ୍ରାୟନର ଏକ ବର୍ଷ ପାଳନ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାହୁଳ ଏ କଥା କହିଛନ୍ତି।
Follow Us